ETV Bharat / state

କୋରୋନା ଭୟ: ବିନା କାମରେ ଗାଁକୁ ପ୍ରବେଶ ନିଷେଧ

author img

By

Published : Mar 27, 2020, 9:05 PM IST

ଗାଁରେ ପଡିଛି ଗେଟ । ବିନା କାମରେ ଗାଁକୁ ପ୍ରବେଶ ନିଷେଧ । ଗାଁରେ ମଧ୍ୟ ନିୟମ କଡାକଡି ହୋଇଛି । ଅଧିକ ପଢନ୍ତୁ...

କୋରୋନା ଭୟ: ବିନା କାମରେ ଗାଁକୁ ପ୍ରବେଶ ନିଷେଧ
କୋରୋନା ଭୟ: ବିନା କାମରେ ଗାଁକୁ ପ୍ରବେଶ ନିଷେଧ

ରାୟଗଡା: ସହରଠାରୁ ଗାଁ ଯାଏଁ ସବୁଆଡେ ଆତଙ୍କ ଖେଳାଇଛି କୋରୋନା । ଲକଡାଉନ ଘୋଷଣା ସହ ସଂକ୍ରମଣ ବ୍ୟାପିବା ଭୟରେ ଲୋକେ ପଦାକୁ ବାହାରୁନାହାନ୍ତି । ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି କୋରୋନା ଭୟ । ସଦର ବ୍ଲକ ଅନ୍ତର୍ଗତ ହଲୁଆ ପଞ୍ଚାୟତର ସଦର ମହକୁମାରେ ଲୋକେ ଏନେଇ ଅଧିକ ସଚେତନ ହୋଇଛନ୍ତି ।

ଗାଁରେ ପଡିଛି ଗେଟ । ବିନା କାମରେ ଗାଁକୁ ପ୍ରବେଶ ନିଷେଧ । ଗାଁରେ ମଧ୍ୟ ନିୟମ କଡାକଡି ହୋଇଛି । ଏହା କୌଣସି ସରକାର କି ପ୍ରଶାସନ ଲଗାଇ ନାହିଁ ବରଂ ଖୋଦ ଗ୍ରାମବାସୀ କରିଛନ୍ତି କଡା ନିୟମ । ବିନା କାମରେ ବାହାର ଲୋକଙ୍କୁ ଗାଁକୁ ପ୍ରବେଶ ନିଷେଧ କରିଛନ୍ତି । ଯଦିବି କେହି ଗାଁକୁ ଆସୁଛନ୍ତି ତେବେ ଗାଁ ମୁଣ୍ଡରେ ଭଲ ଭାବେ ସାନିଟାଇଜ କରୁଛନ୍ତି ଗାଁଲୋକେ ।

ବାଉଁଶ ବାଡ ବାନ୍ଧି ସେଥିରେ ପାଣି ଓ ସାବୁନ ରଖିଛନ୍ତି । ଭଲରୂପେ ହାତ ଧୋଇବା ପରେ ଗାଁକୁ ମିଳୁଛି ପ୍ରବେଶ ଅନୁମତି । ଏଭଳି ଗାଁର ସ୍ଥିତି ପରିଖିବା ପାଇଁ ଇଟିଭି ଭାରତ ଟିମ ପହଞ୍ଚିଥିଲା ହଲୁଆ ଗାଁରେ । କେବଳ ହଲୁଆ ଗାଁ ନୁହେଁ ଜିଲ୍ଲାର ଅଧିକାଂଶ ଆଦିବାସୀ ଗାଁରେ ସମାନ ସ୍ଥିତି । କରୋନାକୁ ନେଇ ସହରରେ ଯେତିକି ପ୍ରଭାବ ଗାଁରେ ମଧ୍ୟ ସେତିକି ପ୍ରଭାବ ପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.