ETV Bharat / state

ଜମି ଫେରସ୍ତ ଦାବିରେ ବିକ୍ଷୋଭ, 2ଟି ଗାଁର ଶତାଧିକ ଲୋକଙ୍କ ଆନ୍ଦୋଳନ

ଡିମୁଣ୍ଡି ଓ ଡିକରଳ ଗାଁ ବିସ୍ଥାପନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ କାରଖାନା ପାଇଁ ଜମି ହରାଇଛନ୍ତି ଡିମୁଣ୍ଡି ଓ ଡିକରଳ ଗ୍ରାମବାସୀ। ଅଧିକ ପଢନ୍ତୁ

ଜମି ଫେରସ୍ତ ଦାବିରେ ବିକ୍ଷୋଭ
ଜମି ଫେରସ୍ତ ଦାବିରେ ବିକ୍ଷୋଭ
author img

By

Published : Aug 11, 2023, 10:32 PM IST

ଜମି ଫେରସ୍ତ ଦାବିରେ ବିକ୍ଷୋଭ

ରାୟଗଡ଼ା: ଡିମୁଣ୍ଡି ଓ ଡିକରଳ ଗାଁ ବିସ୍ଥାପନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାରମ୍ବାର ଦାବି ସତ୍ତ୍ବେ ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଡିମୁଣ୍ଡି ଓ ଡିକରଳ ଗାଁକୁ ଏଯାଏଁ ବିସ୍ଥାପନର ମାନ୍ୟତା ମିଳିପାରିନାହିଁ । ଏବେ ନିଜ ହକ ମାଗିବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ଡିମୁଣ୍ଡି ଓ ଡିକରଳ ଗାଁର ଶତାଧିକ ମହିଳା ଏବଂ ପୁରୁଷ । କାଶୀପୁର ବ୍ଲକ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍‌ କାରଖାନା ପାଇଁ ଜମି ହରାଇଛନ୍ତି ଡିମୁଣ୍ଡି ଓ ଡିକରଳ ଗ୍ରାମବାସୀ । 2ଟି ଗ୍ରାମର ଶତାଧିକ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଗ୍ରାମବାସୀଙ୍କ କହିବା କଥା ହେଲା, "ଉତ୍କଳ ଆଲୁମିନା କାରଖାନା ପାଇଁ ଏହି 2 ଗ୍ରାମର ଶତାଧିକ ଚାଷ ଜମି ଅଧିଗ୍ରହଣ ହୋଇ ଏହାରି ମଧ୍ୟରେ ଦୁଇ ଦଶନ୍ଧି ହେଇ ସାରିଲାଣି । କିନ୍ତୁ ଜମି ହରାଇଥିଲେ ମଧ୍ୟ ଏହି ଦୁଇ ଖଣ୍ଡ ଗ୍ରାମବାସୀଙ୍କୁ କୌଣସି କ୍ଷତିପୂରଣ ମିଳିପାରିନାହିଁ । ଫଳରେ ଜୀବନ ଜୀବିକା ପ୍ରଭାବିତ ହେବା ସହ ଆହାର ମୁଠାଏ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ।" ସମସ୍ତଙ୍କ ଆଶା ଥିଲା, ଉତ୍କଳ ଆଲୁମିନା କାରଖାନା ହେଲେ ଏ ଅଞ୍ଚଳର ଦୁଃଖ ଦୂର ହେବ । ହେଲେ ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ ।

ତେବେ ପ୍ରତିଦିନ ଲୋକେ ଏଥିପାଇଁ ପ୍ରଦୂଷଣ ଜନିତ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ଦାବି ପରେ ମଧ୍ୟ ଡିମୁଣ୍ଡି ଓ ଡିକରଳ ଗାଁକୁ ବିସ୍ଥାପନ ତାଲିକାରେ ଅନ୍ତର୍ଭୁକ୍ତ କରୁନାହିଁ ଉତ୍କଳ ଆଲୁମିନା କାରଖାନା । ଏପରିକି ଗତ ଦୁଇ ଦୁଇଟି ଆର୍‌ପିଡିଏସ୍‌ ମିଟିଂରେ ମଧ୍ୟ ଡିମୁଣ୍ଡି ଓ ଡିକରଳ ଗାଁ ବିସ୍ଥାପନ ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ଆର୍‌ଡିସି ନିର୍ଦ୍ଦେଶ ଦେଇଥିଲେ ସୁଧା ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଏହା ବି ପଢନ୍ତୁ...ଡୁଲିଙ୍ଗା ଏନଟିପିସି କୋଇଲା ଖଣିରେ ତାଲା ପକାଇଲେ ବିସ୍ଥାପିତ

ଯାହାକୁ ନେଇ ଏହି 2 ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିବାବେଳେ ତାହା ଏବେ ଆନ୍ଦୋଳନରେ ପରିଣତ ହୋଇଛି। ଏପରିକି ଜିଲ୍ଲାପାଳ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ନିର୍ଦ୍ଦେଶକୁ ମଧ୍ୟ ଉତ୍କଳ ଆଲୁମିନା କାରଖାନାର କର୍ତ୍ତୃପକ୍ଷ ମାନୁନଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏହା କାର୍ଯ୍ୟକାରୀ କରିବା ସହିତ ବିସ୍ଥାପିତ ତାଲିକାରେ ଏହି 2 ଗ୍ରାମକୁ ଅନ୍ତର୍ଭୁକ୍ତ କରି ସମସ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।‌ ଏନେଇ ଆଜି କୋରାପୁଟ ଛକରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଗ୍ରାମବାସୀ । ‌ଏହାପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.