ETV Bharat / state

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ବେଆଇନ ସମ୍ପତ୍ତି ! ପୁଣି ଜବତ ହେଲା 385 ଗ୍ରାମ ସୁନା - ଭିଜିଲାନ୍ସ ଜାଲରେ ମାଲକାନଗିରି ନିର୍ବାହୀ ଯନ୍ତ୍ରୀ

ସରୁନି କୋଟିପତି ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଆକଳନ । ଗୁଣୁପୁର ଆକ୍ସିସ ବ୍ୟାଙ୍କରେ ରଖିଥିବା 385 ଗ୍ରାମ ସୁନା ଜବତ । ଅଧିକ ପଢନ୍ତୁ

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ବେଆଇନ ସମ୍ପତ୍ତି ! ପୁଣି ଜବତ ହେଲା 385 ଗ୍ରାମ ସୁନା

author img

By

Published : Mar 29, 2022, 10:10 PM IST

ରାୟଗଡା: ସରୁନି କୋଟିପତି ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଆକଳନ । ୪ ଦିନ ଧନି ଭିଜିଲାନ୍ସ ଟିମ୍ ଖୋଳତାଡ ଜାରିରଖି ଥିବାବେଳେ ଆଜି ଗୁଣୁପୁର ଆକ୍ସିସ ବ୍ୟାଙ୍କରେ ଚଢାଉ କରି 385 ଗ୍ରାମ ସୁନା ଜବତ କରିଛି । ଏନେଇ ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ବେଆଇନ ସମ୍ପତ୍ତି ! ପୁଣି ଜବତ ହେଲା 385 ଗ୍ରାମ ସୁନା

ଖବର ଅନୁଯାୟୀ, ମାଲକାନଗିରି ଭିଜିଲାନ୍ସ ଏବଂ ଜୟପୁର ଭିଜିଲାନ୍ସ ବିଭାଗ ଚାରଦିନ ଧରି ମାଲକାନଗିରିର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରିରଖିଛି । ଚଢାଉରେ ପ୍ରାୟ 6 କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ସହ 2 କୋଟି ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ସେହିପରି ପ୍ରାୟ 1 କୋଟି 15 ଲକ୍ଷ ଟଙ୍କା ଏବଂ 1 କିଲୋଗ୍ରାମ 2 ଶହ ଗ୍ରାମର ସୁନା ଜବତ କରିବା ପରେ ଆଜି(ମଙ୍ଗଳବାର) କୌଣସି ସୂତ୍ରରୁ ଖବର ପାଇ ରାୟଗଡା ଜିଲ୍ଲା ଗୁଣୁପୁର ଆକ୍ସିସ ବ୍ୟାଙ୍କରେ ଚଢ଼ାଉ କରି 385 ଗ୍ରାମର ସୁନା ଅଳଙ୍କାର ଜବତ କରିଛନ୍ତି ।

ଏହି ଚଢ଼ାଉ ସମୟରେ କୋଟିପତି ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଜୟପୁର ଭିଜିଲାନ୍ସ ଡିଏସପି ଅନନ୍ତ କୁମାର ମଲ୍ଲିକ ତଦନ୍ତ ପ୍ରକ୍ରିୟାରେ ସାମିଲ ଥିଲେ । ତେବେ ଏନେଇ ମାଲକାନଗିରି ଭିଜିଲାନ୍ସ ଡିଏସପି ଗଣମାଧ୍ୟମ ସମ୍ମୁଖରେ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.