ETV Bharat / state

ସମୟରେ ବିକ୍ରି ହୋଇପାରୁନି ପରିଶ୍ରମର ଫଳ, ଚିନ୍ତାରେ ପରିବା ଚାଷୀ

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଲକଡାଉନ । ଲକ୍ଷ୍ୟ ରହିଛି କୋରୋନାକୁ ମାତ ଦେବା ପାଇଁ ହେଲେ ଏଠି ବଳି ପଡିଯାଇଛନ୍ତି ଚାଷୀ । ସଟଡାଉନ, ଲକଡାଉନ ଯୋଗୁଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 7, 2021, 5:08 PM IST

ଚିନ୍ତାରେ ପରିବା ଚାଷୀ
ଚିନ୍ତାରେ ପରିବା ଚାଷୀ

ରାୟଗଡା: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଲକଡାଉନ । ଲକ୍ଷ୍ୟ ରହିଛି କୋରୋନାକୁ ମାତ ଦେବା ପାଇଁ ହେଲେ ଏଠି ବଳି ପଡିଯାଇଛନ୍ତି ଚାଷୀ । ସଟଡାଉନ, ଲକଡାଉନ ଯୋଗୁଁ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟ ପ୍ରଭାବିତ ହୋଇଛନ୍ତି । ଏଥିରୁ ବାଦ ପଡି ନାହାଁନ୍ତି ପରିବା ଚାଷୀ । ସାଧାରଣ ଲୋକଙ୍କ ରନ୍ଧା ଘରର ଚାହିଦା ମେଣ୍ଟାଉଥିବା ପରିବା ଚାଷୀ ଋଣ କରଜରେ ବୁଡି ରହିଛନ୍ତି ।

ସମୟରେ ବିକ୍ରି ହୋଇପାରୁନି ପରିଶ୍ରମର ଫଳ, ଚିନ୍ତାରେ ପରିବା ଚାଷୀ

ବାହାର ରାଜ୍ୟର ଆଳୁ-ପିଆଜ ଆକାଶ ଛୁଆଁ ଦର ହୋଇଥିବା ବେଳେ ସ୍ଥାନୀୟ ପାରିବା ସାଗ ମାଛ ଦରରେ ବିକ୍ରି ହେଉଛି । ଅବିଭକ୍ତ କୋରାପୁଟର କୁନ୍ଦୁଲି ପରିବାହାଟ ରାଜ୍ୟରେ ପ୍ରଥମ । ଏଠାରୁ ସାରା ରାଜ୍ୟକୁ ପ୍ରତିଦିନ ଶହ ଶହ ଟନ୍ ପରିବା ରପ୍ତାନି ହୁଏ । ସେହିଭଳି ରାୟଗଡ଼ା, କଲୋନରା, ରାମନାଗୁଡ଼ା, ବିଷମକଟକ, ପଦ୍ମପୁର, ମୁନିଗୁଡ଼ା ଏବଂ ଗୁଣପୁର ଅଞ୍ଚଳରୁ ମଧ୍ୟ ପରିବା ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରର ଆବଶ୍ୟକତା ମେଣ୍ଟାଇଥାଏ ।

ଲକଡାଉନ ଯୋଗୁଁ ନା ସ୍ଥାନୀୟ ବଜାରରେ ଚାଷୀ ନିଜ ଉତ୍ପାଦିତ ପାରିବା ବିକ୍ରି କରିପାରୁଛି ନା ଗାଡିମୋଟର ଚଳାଚଳ ବନ୍ଦ ଥିବାରୁ ବାହାର ଜିଲ୍ଲା କିମ୍ବା ବାହାର ରାଜ୍ୟକୁ ପଠାଇ ପାରୁଛି । ଫଳରେ କୋରୋନା ପାରିବା ଚାଷୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ପରିବା ସମୟ ସୀମା ମଧ୍ୟରେ ବିକ୍ରି ନ ହେଲେ ପାଚିସଢି ନଷ୍ଟ ହେବାର ସମ୍ଭାବନା ଥିଲେ ମଧ୍ୟ ସ୍ବଳ୍ପ ସମୟ ଅବଧି ମଧ୍ୟରେ ବିକ୍ରି କରିବା ଚାଷୀଙ୍କ ପକ୍ଷ ସମ୍ଭବ ପର ହେଉନାହିଁ ।

ସବୁଠାରୁ ବଡ କଥା ରାୟଗଡା ଜିଲ୍ଲାରେ ମୁଖ୍ୟତ ଗଞ୍ଜାମ ଜିଲ୍ଲାରୁ ଆସି ଚାଷୀ ମାନେ ସ୍ଥାନୀୟ ଜମିଦାରଙ୍କ ଠାରୁ ଭାଗ ଚାଷରେ ଜମି ନେଇ ଚାଷ କରୁଛନ୍ତି । ତେବେ ଜମି ନିଜ ନାଁରେ ନଥିବା ଯୋଗୁଁ ସରକାରଙ୍କ କୌଣସି ସୁବିଧା ମିଳି ପାରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.