ETV Bharat / state

ରାୟଗଡା ଜିଲ୍ଲାରେ ଗୁଞ୍ଜରିଲା ‘ବନ୍ଦେ ଉତ୍କଳ ଜନନୀ’

author img

By

Published : May 30, 2020, 9:29 PM IST

ବନ୍ଦେ ଉତ୍କଳ ଜନନୀ ସ୍ବରରେ ଗୁଞ୍ଜରିତ ହେଲା ସାରା ରାୟଗଡା ଜିଲ୍ଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ବନ୍ଦେ ଉତ୍କଳ ଜନନୀ ଗାନର ଡାକରା ଦେଇଥିବା ବେଳେ ଏହାକୁ ସ୍ବାଗତ କରିଛନ୍ତି ରାଜ୍ୟବାସୀ ।

vande utkal janani, rayagada latest news, vande utkal janani in rayagada, state government's appeal in rayagada, people of rayagada salute to corona warriors, ବନ୍ଦେ ଉତ୍କଳ ଜନନୀ, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡାରେ ବନ୍ଦେ ଉତ୍କଳ ଜନନୀ, ରାୟଗଡାରେ ରାଜ୍ୟ ସରକାରଙ୍କ ଆହ୍ବାନ, କୋରୋନା ଯୋଦ୍ଧାକୁ ରାୟଗଡାବାସୀଙ୍କ ସଲାମ
ରାୟଗଡା ଜିଲ୍ଲାରେ ଗୁଞ୍ଜରିଲା ‘ବନ୍ଦେ ଉତ୍କଳ ଜନନୀ’

ରାୟଗଡା: 'ବନ୍ଦେ ଉତ୍କଳ ଜନନୀ' ସ୍ବରରେ ଗୁଞ୍ଜରିତ ହେଲା ସାରା ରାୟଗଡା ଜିଲ୍ଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ବନ୍ଦେ ଉତ୍କଳ ଜନନୀ ଗାନର ଡାକରା ଦେଇଥିବା ବେଳେ ଏହାକୁ ସ୍ବାଗତ କରିଛନ୍ତି ରାଜ୍ୟବାସୀ । ସନ୍ଧ୍ୟା 5ଟା 30 ହେବା ମାତ୍ରେ ଏହାର ଝଲକ ରାୟଗଡା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ଆହ୍ବାନକ୍ରମେ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତା, ସାଧାରଣ ଲୋକେ ଏପରିକି ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ ମଧ୍ୟ ଏଥିରୁ ବାଦ୍ ପଡିନଥିଲେ ।

ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ସମେତ ଜିଲ୍ଲାପାଳ, ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏସ୍‌ପି ଏବଂ ରାଜରାସ୍ତାରେ ସାଧାରଣ ଲୋକେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ହୋମ କ୍ବାରେନଣ୍ଟାଇନରେ ରହି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ନିଜ ପତ୍ନୀଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ଦେଖିବାକୁ ମିଳିଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.