ସମ୍ବଲପୁର: ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ୪ ଜଣ ଯୁବକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ୪ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରୁ ।
"ଭାଇ ସହ ଝଗଡ଼ା, ନାବାଳିକାଙ୍କୁ ଗଣଦୁଷ୍କର୍ମ "
କୁଚିଣ୍ଡା SDPO ଅମିତାଭ ପଣ୍ଡାଙ୍କ ସୂଚନା ଅନୁସାରେ, ଗତ ନଭେମ୍ବର ୨୭ ତାରିଖ ରାତିରେ କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳର ନାବାଳିକା ଜଣକ ନିଜ ବଡ଼ ଭାଇ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ନିଜ ଗାଁ ନିକଟସ୍ଥ ଅନ୍ୟ ଏକ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରେ କୌଣସି କାରଣ ବଶତଃ ନାବାଳିକାଙ୍କ ବଡ଼ ଭାଇଙ୍କ ସହ କିଛି ଯୁବକଙ୍କ ଯୁକ୍ତିତର୍କ ହେବା ସହ ଝଗଡ଼ା ହୋଇଥିଲା । ପରେ ସ୍ଥାନୀୟ ଯାତ୍ରା କମିଟି ସଦସ୍ୟ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ସ୍ଥିତିକୁ ସମ୍ଭାଳି ନେଇଥିଲେ । ତେବେ ପରବର୍ତ୍ତୀ ସମୟରେ ନାବାଳିକା ଜଣକ ନିଜ ପରିବାର ସଦସ୍ୟଙ୍କ ସହ ରାତିରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ତାଙ୍କ ପରିବାର ଲୋକଙ୍କୁ ୪ ଜଣ ଯୁବକ ଅଟକାଇ ତାଙ୍କ ବଡ଼ ଭାଇଙ୍କ ସହ ଝଗଡା ଓ ମାରପିଟ କରି ନାବାଳିକାଙ୍କ ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ ଦୁଷ୍କର୍ମ ପରେ ନାବାଳିକାକୁ ପୋଡି ମାରିଦେଇଥିଲେ, 3 ଜଣଙ୍କୁ ଆଜୀବନ କାରାଦଣ୍ଡ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଆସିଲା ରାୟ, ଅଭିଯୁକ୍ତକୁ 20 ବର୍ଷ ଜେଲ୍ |
୪ ଯୁବକ ଅଟକ:
ପରବର୍ତ୍ତୀ ସମୟରେ ରାସ୍ତାରେ ଝଗଡ଼ା କରିଥିବା ସେହି ୪ ଜଣ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବାର ମହୁଲପାଲି ଥାନାରେ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମହୁଲପାଲି ଥାନା ପୋଲିସ ୪ ଜଣ ଯୁବକଙ୍କୁ ଅଟକ ରଖିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ସହିତ ନାବାଳିକାଙ୍କ ମଧ୍ୟ ଡାକ୍ତରୀ ମାଇନା କରିଛି । ଏନେଇ କୁଚିଣ୍ଡା SDPO ଅମିତାଭ ପଣ୍ଡା କହିଛନ୍ତି, "ନାବାଳିକାଙ୍କ ଡାକ୍ତରୀ ମାଇନା ସରିଛି । ଆଜି ପୁଣିଥରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ଡାକ୍ତରୀ ମାଇନା କରାଯିବ । ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ପଠାଯାଇଛି । ୪ ଜଣ ଯୁବକଙ୍କୁ ଅଟକାଯାଇଛି । ଘଟଣାର ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଛି । ଯଦି କିଛି ପ୍ରମାଣ ମିଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"