ETV Bharat / state

ଅଟୋ ଟ୍ରକ୍‌ ମୁହାଁମୁହିଁ ଧକ୍କା, ୩ ଗୁରୁତର

ଅଟୋରେ ଛାତ୍ରଛାତ୍ରୀ ସ୍କୁଲ ଯାଉଥିବା ସମୟରେ ସାମ୍ନାପଟୁ ଆସୁଥିବା ଟ୍ରକ ସହିତ ମୁହାଁମୁହିଁ ଧକ୍କା । ଡ୍ରାଇଭରଙ୍କ ସମେତ ୬ ଆହତ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

author img

By

Published : Sep 10, 2022, 6:35 PM IST

ଅଟୋ ଟ୍ରକ ମୁହାଁମୁହିଁ ଧକ୍କା, ୩ ଗୁରୁତର
ଅଟୋ ଟ୍ରକ ମୁହାଁମୁହିଁ ଧକ୍କା, ୩ ଗୁରୁତର

ରାୟଗଡା: ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି(Unknown Truck hits Auto in Rayagada) । ଫଳରେ ଅଟୋରେ ବସିଥିବା ୬ ଜଣ ଛାତ୍ରଛାତ୍ରୀଙ୍କ ସହିତ ଆଟୋ ଡ୍ରାଇଭର ଆହତ ହୋଇଛନ୍ତି । ସେମାନଙ୍କୁ ମୁନିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜି ସକାଳୁ ୬ ଜଣ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଅଟୋଟି ଅମ୍ବାଦଳାରୁ ମୁନିଗୁଡା ଆଦର୍ଶ ବିଦ୍ୟାଳୟକୁ ଆସୁଥିଲା । ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ହଠାତ ସାମ୍ନା ପଟୁ ଗୋଟିଏ ଟ୍ରକ ମାଡି ଆସିଥିଲା ।

ଅଟୋ ଟ୍ରକ ମୁହାଁମୁହିଁ ଧକ୍କା, ୩ ଗୁରୁତର

ଅଟୋ ଡ୍ରାଇଭର ହଠାତ୍‌ କିଛି ଉପାୟ ନପାଇବାରୁ ଟ୍ରକ ସହିତ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଓଟଟି ଓଲଟି ପଡିଥିଲା । ସେଥିରେ ବସଥିବା ୬ ଜଣ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ଅଟୋ ଡ୍ରାଇଭର ଆହତ ହୋଇଥିଲେ । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ । ପରେ ଆମ୍ବୁଲାନ୍ସ ଜରିଆରେ ସମସ୍ତଙ୍କୁ ଚିକିତ୍ସା ପାଇଁ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ସୂଚନା ଅନୁଯାୟୀ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ପରେ ଗୁରୁତର ଆହତ ହୋଇଥିବା ତିନିଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଦୁର୍ଘଟଣାର ଖବରପାଇ ମୁନିଗୁଡା ପୋଲିସ, ମୁନିଗୁଡା ବିଡିଓ ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକମାନେ ଡାକ୍ତରଖାନାରେ ପହଞ୍ଚିଥିଲେ । ସେପଟେ ଯେଉଁ ଟ୍ରକ ସହିତ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା, ଟ୍ରକ୍‌ ବାବଦରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ନିକଟରେ ଢେଙ୍କାନାଳରେ ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ଆହତ ହୋଇଥିଲେ । ଆହତ ଛାତ୍ର ହେଲେ କଙ୍କିଳି ହାଇସ୍କୁଲର ଅମରେଶ ପ୍ରଧାନ । ସୂଚନା ଅନୁସାରେ ଅମରେଶ ତାଙ୍କ ବାପା କ୍ଷୀରୋଦ ପ୍ରଧାନ ଓ ସମ୍ପର୍କୀୟ ଭାଇ ପବିତ୍ର ସାହୁ ଏକ ବାଇକ ଯୋଗେ ମୁକ୍ତାପଶି ସ୍କୁଲରୁ ପରୀକ୍ଷା ସାରି ନିଜ ଗ୍ରାମ କଙ୍କିଳିକୁ ଫେରୁଥିଲେ ।

ଘରକୁ ଫେରୁଥିବାବେଳେ ରେଙ୍ଗାଳି ବାମ କେନାଲ ନିକଟ ରାସ୍ତାରେ ରାଉରକେଲାରୁ ଭୁବନେଶ୍ବର ଯାଉଥିବା ଏକ ଆମ୍ବୁଲାନ୍ସ ସହିତ ଦୁର୍ଘଟଣା ହୋଇଥିଲା । ଆହତ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ସେହି ଆମ୍ବୁଲାନ୍ସରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.