ETV Bharat / state

ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁ ନିଖୋଜ, ଗ୍ରାମବାସୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି - ରାୟଗଡ଼ାରେ ଘରୋଇ ନର୍ସିଂହୋମରୁ ଶିଶୁ ନିଖୋଜ

ଚିକିତ୍ସାଧିନ ଅବସ୍ଥାରେ ଘରୋଇ ନର୍ସିଂହୋମ୍‌ରେ ନିଖୋଜ ହେଲା ଦୁଇମାସର ଶିଶୁ । ରାୟଗଡ଼ା କାରୁବାଇ ଗାଁରୁ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁ ନିଖୋଜ, ଗ୍ରାମବାସୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jun 16, 2022, 8:43 PM IST

ରାୟଗଡ଼ା: ଘରୋଇ ନର୍ସିଂହୋମ୍‌ରେ ନିଖୋଜ ହେଲା ଦୁଇମାସର ଶିଶୁ । ରାୟଗଡ଼ା କାରୁବାଇ ଗାଁରୁ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏକ ଜଣାଶୁଣା ଘରୋଇ ନର୍ସିଂହୋମ୍‌ରେ ଶିଶୁଟି ଚିକିତ୍ସିତ ହେଉଥିଲା । ତେବେ ବର୍ତ୍ତମାନ ଶିଶୁଟିରୁ ମୃତ୍ୟୁ ହୋଇଯାଇଥିବା କଥା କହୁଛନ୍ତି ନର୍ସିଂହୋମ ଡାକ୍ତର । ଏହାକୁ ନେଇ ଏକ ଭିଡିଓ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।

ଦୁଇମାସ ଭିତରେ ଚିକିତ୍ସିତ ଶିଶୁ ଗାଏବ : ବିଲ୍ ର ବୋଝ ତଳେ ଦବିଗଲା ନବଜାତ ଶିଶୁର ଅସ୍ଥିତ୍ବ

ଦୁଇ ମାସ ପୂର୍ବେ କାରୁବାଇ ଗାଁର ରାଇ ସିଂଙ୍କ ପତ୍ନୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଜନ୍ମ ଦେବାର କିଛି ସମୟ ପରେ ରାଇ ସିଂଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇ ପଡ଼ିଥିଲା । ଗ୍ରାମବାସୀ ଶିଶୁଟିକୁ ଆଶା ଦିଦି ଓ ANMଙ୍କ ନିକଟକୁ ନେବାରୁ ତାକୁ ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରାଇବାକୁ କହିଥିଲେ । ରାଇ ସିଂ ଚିକିତ୍ସା କରାଇବାରୁ ଅସମର୍ଥ ହେବାରୁ ANMଙ୍କ ମୁତାବକ ଗ୍ରାମବାସୀ ଚାନ୍ଦା ଆଦାୟ କରି ଶିଶୁଟିକୁ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ ।

ଆଶା ଦିଦି ୫ଦିନ ପରେ ସୁସ୍ଥ ଶିଶୁଟିକୁ ନେବାକୁ ଆସିଥିବା ବେଳେ ଚିକିତ୍ସା ବାବଦକୁ ଘରୋଇ ନର୍ସିଂହୋମ ଡାକ୍ତର ୩୭ ହଜାର ୫ଶହ ଟଙ୍କା ମାଗିଥିଲେ । ଟଙ୍କା ପୈଠ ନକଲେ ଶିଶୁଟିକୁ ଦିଆଯିବ ନାହିଁ ବୋଲି କହିଥିଲେ ନର୍ସିଂହୋମ ଡାକ୍ତର । ଦୁଇ ଦିନ ମଧ୍ୟରେ ଟଙ୍କା ଯୋଗାଡ଼ କରି ଦେବାକୁ ତାଗିଦ କରିଥିଲେ ଡାକ୍ତର ।

ଦୁଇ ମାସ ବିତିବା ପରେ ମଧ୍ୟ ଟଙ୍କା ଚିକିତ୍ସା ବାବଦକୁ ଟଙ୍କା ପୈଠ କରି ପାରିନଥିଲେ ଗରିବ ଗ୍ରାମବାସୀ ଓ ଶିଶୁର ପରିବାର । ବର୍ତ୍ତମାନ ଶିଶୁଟିକୁ ପରିବାର ଲୋକେ ନେବାକୁ ଆସିଥିବା ବେଳେ, ଘରୋଇ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ଶିଶୁଟିର ମୃତ୍ୟୁ ହୋଇଛି ଓ ତାକୁ ପୋତି ଦିଆଯାଇଛି ବୋଲି କହୁଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ପରେ ନର୍ସିଂହୋମ ଡାକ୍ତର ଓଲଟା ଗ୍ରାମବାସୀଙ୍କୁ ଏହାକୁ ନେଇ ଦୋଷ ଦେଉଛନ୍ତି । ଏହାକୁ ନେଇ ଏକ ଭିଡିଓ ଦେଖିବାକୁ ମିଳିଛି ।

ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ଶିଶୁର ମୃତ୍ୟୁ ହେଇଗଲା ତାହେଲେ ପରିବାର କିମ୍ବା ଗ୍ରାମବାସୀଙ୍କୁ କ'ଣ ପାଇଁ ଖବର ଦିଆଗଲା ନାହିଁ ? ଶିଶୁର ମୃତ୍ୟୁ ନେଇ ସିଡିପିଓଙ୍କୁ ଜଣାଯାଇଥିଲା କି ? ସତରେ ଶିଶୁଟିର ମୃତ୍ୟୁ ହୋଇଛି ନା ଚିକିତ୍ସା ଟଙ୍କା ନଦେବାରୁ ତାକୁ ମାରି ଦିଆଯାଇଛି ?

ଏଭଳି ଅଭିଯୋଗ ପରେ ମଧ୍ୟ ସମ୍ପୃକ୍ତ ଘରୋଇ ନର୍ସିଂହୋମ ବିରୁଦ୍ଧ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ । ଏଭଳି ଅଭିଯୋଗକୁ ନେଇ ଆଶା କର୍ମୀ ଓ ଏଏନ୍‌ଏମ୍‌ ବଳି ପଡ଼ୁଥିବା ବେଳେ ବିତ୍ତଶାଳୀ ଏଥିରୁ ବର୍ତ୍ତିଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.