ETV Bharat / state

ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ଭେଣ୍ଟିଲେଟର ଆମ୍ବୁଲାନ୍ସ ପ୍ରଦାନ

author img

By

Published : Jan 21, 2021, 8:14 PM IST

ସିଏସଆର କାର୍ଯ୍ୟକ୍ରମର ଅଂଶ ସ୍ବରୂପ ଓ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟସେବାକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ସହାୟତା କରାଯାଇଛି।

ଚିକିତ୍ସାଳୟକୁ ଭେଣ୍ଟିଲେଟର ଆମ୍ବୁଲାନ୍ସ ପ୍ରଦାନ

ରାୟଗଡା: ସ୍ବାସ୍ଥ୍ୟସେବାରେ ସହାୟତା ପ୍ରଦାନ କରିବାକୁ ଯାଇ ୟୁଏଆଇଏଲ ପକ୍ଷରୁ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଭେଣ୍ଟିଲେଟର ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ସିଏସଆର କାର୍ଯ୍ୟକ୍ରମର ଅଂଶ ସ୍ବରୂପ ଓ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟସେବାକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ସହାୟତା କରାଯାଇଛି।

ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ୍ ଆଦିତ୍ୟ ଆଲୁମିନା ଇଣ୍ଟର ନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ସହାୟତା ପ୍ରଦାନ କରିବା ଲାଗି ଏକ ଆଧୁନିକ ଜୀବନ ସହାୟତାକାରୀ ଆମ୍ବୁଲାନ୍ସ ଦାନ କରାଯାଇଛି।

ଏହି ଆଧୁନିକ ଜୀବନ ରକ୍ଷାକାରୀ ଆମୁଲାନ୍ସରେ ସମସ୍ତ ଜରୁରୀକାଳୀନ ଉପକରଣ ବ୍ୟବସ୍ଥା ଯଥା-ସିରିଞ୍ଜ ଇନଫ୍ୟୁଜନ ପମ୍ପ୍‌, ପରିବହନ ଭେଣ୍ଟିଲେଟର, ମାଉଥ ଟୁ ମାଉଥ୍ ମାସ୍କ, ଫୋଲ୍ଡିଂ ଷ୍ଟ୍ରେଚର, ଏମର୍ଜେନ୍ସି କିଟ୍‌, ସକ୍ସନ ପମ୍ପ୍‌, ଦୁଇଟି ଅକ୍ସିଜେନ୍ ସିଲିଣ୍ଡର, ଅକ୍ସିଜେନ୍ ସପ୍ଳାଏ ପାଇପ ଲାଇନ୍‌, କାର୍ଡିଆକ୍ ମନିଟର ଇତ୍ୟାଦି ରହିଛି ।

ରାୟଗଡ଼ାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା , ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା , ସିଡ଼ିଏମଓ ଡ଼ା ଆର୍ତବନ୍ଧୁ ନାୟକ ଉପ-ଜିଲ୍ଲପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ରାୟଗଡ଼ା ବିଧାୟକ ମକରନନ୍ଦ ମୁଦୁଲି, ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.