ETV Bharat / state

ପୁଣି ଫେଲ ମାରିଲା ଜନନୀ ସୁରକ୍ଷା ଯୋଜନା, ଅଟୋରେ ପ୍ରସବ କଲେ ମହିଳା - କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ

ପୁଣି ଫେଲ ମାରିଲା ଜନନୀ ସୁରକ୍ଷା ଯୋଜନା । ଅଟୋରେ ପ୍ରସବ କଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ତଳକୋଡ଼ିଙ୍ଗା ଗାଁରେ । ଅଧିକ ପଢନ୍ତୁ...

Two twins gave birth in an auto
ପୁଣି ଜନନୀ ଯନ୍ତ୍ରଣା, ଅଟୋରେ ପ୍ରସବ କାଲେ ଦୁଇ ଯାଁଳା ସନ୍ତାନ
author img

By

Published : Oct 8, 2020, 11:31 AM IST

ରାୟଗଡ଼ା: ପୁଣି ଫେଲ ମାରିଲା ଜନନୀ ସୁରକ୍ଷା ଯୋଜନା, ସଡ଼କ ପକ୍କା ଥାଇ ମଧ୍ୟ ଥିକ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଶେଷରେ ଗର୍ଭ ଯନ୍ତ୍ରଣା ସହି ନପାରି ଅଟୋରେ ପ୍ରସବ କଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ତଳକୋଡ଼ିଙ୍ଗା ଗାଁରେ । ସୂଚନାମୁତାବକ, ସେହି ଗ୍ରାମର ମନହର ମୁଦୁଲିଙ୍କ ପତ୍ନୀ ସୁବତି ମୁଦୁଲିଙ୍କ ଆଜି(ଗୁରୁବାର) ପ୍ରସବ ଯନ୍ତ୍ରଣା ହୋଇଥିଲା ।

ପୁଣି ଜନନୀ ଯନ୍ତ୍ରଣା, ଅଟୋରେ ପ୍ରସବ କାଲେ ଦୁଇ ଯାଁଳା ସନ୍ତାନ

ମନହର ମୁଦୁଲି ଗାଁ ଆଶା ଦିଦିଙ୍କ ସହାୟତାରେ 108 ଆମ୍ବୁଲାନ୍ସକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ଗ୍ରାମକୁ ପକ୍କା ରାସ୍ତା ଥିଲେ ମଧ୍ୟ ଆମ୍ବୁଲାନ୍ସଟି ପହଞ୍ଚିବାରେ ବିଳମ୍ବ ହୋଇଥିଲା । ସେତେବେଳକୁ ସୁବତି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ନିଜ ଗ୍ରାମର ଏକ ଅଟୋରେ ଟିକିରି ମେଡିକାଲକୁ ନେଉଥିଲେ ପରିବାର ଲୋକେ । ହେଲେ ଯିବା ବାଟରେ ସୁବତି ମୁଦୁଲି ଅଟୋରେ ଦୁଇଟି ଯାଁଆଳା ଶିଶୁ ଜନ୍ମ ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ମା’ ଓ ଛୁଆଙ୍କୁ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା।

ତେବେ ମା ଓ ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ଟିକିରି ଡାକ୍ତର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.