ETV Bharat / state

ପୁଣି ଜଣେ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ - ରାୟଗଡ଼ାର ହୋଟେଲ ସାଇ ଇଣ୍ଟରନ୍ୟାସନାଲ

ରାୟଗଡାରେ ପୁଣି ଜଣେ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସାଇ ଇଣ୍ଟରନ୍ୟାସନାଲ ହୋଟେଲ ଛାତ ଉପରୁ ଡେଇଁ ପର୍ଯ୍ୟଟକ ଜଣକ ଜୀବନ ହାରିଥିବା କୁହାଯାଉଛି । ଅଧିକ ପଢ଼ନ୍ତୁ

ପୁଣି ଜଣେ ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ
ପୁଣି ଜଣେ ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ
author img

By

Published : Dec 24, 2022, 10:44 PM IST

Updated : Dec 27, 2022, 3:15 PM IST

ପୁଣି ଜଣେ ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡାରେ ପୁଣି ଜଣେ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ହେଲେ ଆଣ୍ଟୋନା ପାଭେଲୁ(୬୫) । ସେ ରାୟଗଡ଼ାର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ରହୁଥିଲେ । ଶନିବାର ଦିନ ହୋଟେଲ ଛାତରୁ ଡେଇଁ ସେ ଜୀବନ ହାରିଥିବା କୁହାଯାଉଛି । ତେବେ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନା ଦୁର୍ଘଟଣା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ପାଇ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା, ଏସଡିପିଓ ଓ ଆଇଆଇସି ସମେତ ପୋଲିସ ଟିମ୍ ହୋଟେଲରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି ।

ସୂଚନା ମୁତାବକ, ରାୟଗଡା ଜିଲ୍ଲା ବୁଲିବା ପାଇଁ ଋଷିଆରୁ ଆସିଥିବା ପର୍ଯ୍ୟଟକ ଆଣ୍ଟୋନା ପାଭେଲ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ରହୁଥିଲେ । ଶନିବାର ଦିନ ରହୁଥିବା ରୁମ୍‌ରେ ଖୋଜାଖୋଜି କରିବା ସମୟରେ ତାଙ୍କର ଦେଖା ମିଳିନଥିଲା । ହୋଟେଲ କର୍ମଚାରୀଙ୍କ ସମେତ ଗାଇଡ୍ ସାରା ହୋଟେଲ ଖୋଜିବା ପରେ ଋଷୀୟ ପର୍ଯ୍ୟଟକ ଜଣକ ସେଠାରେ ଥିବା ଏକ ନିର୍ମାଣଧୀନ କୋଠା ତଳେ ପଡିଥିବାର ଦେଖିବାକୁ ମିଳିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖବର ପାଇ ଏସପି ବିବେକାନନ୍ଦ ଶର୍ମା, ଏସଡ଼ିପିଓ ଦେବଜ୍ୟୋତି ଦାସ ଏବଂ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଅଧିକ ତଦନ୍ତ ପାଇଁ ମେଡ଼ିକାଲକୁ ଯାଇଥିଲେ । ତେବେ ପାଭେଲାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଦୁର୍ଘଟଣା ଜନିତ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଏସପି କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ''ଗତ ୨୨ ତାରିଖରେ ଜଣେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଆଜିର ମୃତକ ତାଙ୍କର ବାଲ୍ୟ ବନ୍ଧୁ ଅଟନ୍ତି । ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ନଚେତ ନିଜ ବନ୍ଧୁଙ୍କ କଥା ଚିନ୍ତା କରି ହୋଟେଲ ଛାତରୁ ଖସି ପଡ଼ି ଥାଇପାରନ୍ତି ।''

ଅପରପକ୍ଷରେ, ଗାଇଡ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ''କିଭଳି ଏହି ଘଟଣା ଘଟିଲା ତାହା ମୁଁ ଜାଣିନାହିଁ । ସନ୍ଧ୍ୟା ସମୟରେ ପାଭେଲା ଦେଖାନଯିବାରୁ ଖୋଜାଖୋଜି କରାଯାଇଥିଲା । ହୋଟେଲ ନିକଟରେ ନିର୍ମାଣଧୀନ ସ୍ଥାନରେ ତାଙ୍କୁ ପଡିଥିବାର ଦେଖିବା ପରେ ମେଡିକାଲ ଅଣାଯାଇଥିଲା ।'' ତେବେ ଦୁଇ ଦିନ ମଧ୍ୟରେ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାୟଗଡ଼ାରେ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୨୨ ତାରିଖ (ଗୁରୁବାର) ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ ।

ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂ ସନ୍ଦେହ ପ୍ରକାଶ କରିଥିଲେ । କିନ୍ତୁ ମୃତଦେହ ବ୍ୟବଚ୍ଛେଦ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା । ତେବେ ତାଙ୍କ ସହ ଆସିଥିବା ଅନ୍ୟ ଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲୁ ଶନିବାର ସେମାନେ ରହୁଥିବା ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ରାୟଗଡ଼ା

Last Updated : Dec 27, 2022, 3:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.