ETV Bharat / state

ଖେଳ ହେଲା କାଳ, ପୋଖରୀରେ ବୁଡି ୨ ନାବାଳକ ମୃତ

author img

By

Published : Aug 19, 2022, 7:35 AM IST

ଖେଳୁଥିବା ସମୟରେ ପୋଖରୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପିପଳପଦର ପଞ୍ଚାୟତ ଅନ୍ତର୍ଗତ କେବିଡି ଗ୍ରାମର । ଅଧିକ ପଢ଼ନ୍ତୁ

ପୋଖରୀରେ ବୁଡି ୨ ଜଣ ନାବାଳକ ମୃତ
ପୋଖରୀରେ ବୁଡି ୨ ଜଣ ନାବାଳକ ମୃତ

ରାୟଗଡ଼ା: ଖେଳୁଥିବା ସମୟରେ ପୋଖରୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପିପଳପଦର ପଞ୍ଚାୟତ ଅନ୍ତର୍ଗତ କେବିଡି ଗ୍ରାମର 2 ନାବାଳକ । ସେମାନେ ହେଲେ ଜିତୁ ଓ ସନ୍ଧ୍ୟା ।

ଖେଳ ହେଲା କାଳ, ପୋଖରୀରେ ବୁଡି ୨ ଜଣ ନାବାଳକ ମୃତ

କାଶୀପୁର ବ୍ଲକ ସୀମାନ୍ତ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ପିପଳପଦର ପଞ୍ଚାୟତ ଅନ୍ତ୍ରଗତ କେବିଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଉକ୍ତ ଗ୍ରାମର ଥିବା ଚାଷ ଜମି ପାଇଁ ନୂତନ ପୋଖରୀ ଖୋଳା ଯାଇଥିଲା । ତେବେ ସେହି ଗାଁର ୩ଜଣ ପିଲା ଆକାଶ,ଜିତୁ ଓ ସନ୍ଧ୍ୟା ସମୟରେ ଏହି ପୋଖରୀକୁ ଖେଳିବାକୁ ଯାଇଥିଲ । ଖେଳୁଥିବା ସମୟରେ ଅସାବଧାନତାରୁ ପୋଖରୀରେ ବୁଡି ଯାଇଥିଲେ । ଜମିରେ କାମ କରୁଥିବା ଲୋକମାନେ ଆକାଶକୁ ଉଦ୍ଧାର କରିଥିଲେ ହେଁ ଜିତୁ ଓ ସନ୍ଧ୍ୟାକୁ ଉଦ୍ଧାର କରିପାରି ନଥିଲେ । ପରିବାର ଲୋକେ ଲକ୍ଷ୍ମୀପୁର ଥାନାକୁ ଖବର ଦେଲାପରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଜିତୁ ଓ ସନ୍ଧ୍ୟାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ଏନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.