ETV Bharat / state

ବଂଶଧରା ନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା, ନିଖୋଜର ୨୪ଘଣ୍ଟା ପରେ ମିଳିଲା ମୃତଦେହ

author img

By ETV Bharat Odisha Team

Published : Aug 29, 2023, 10:35 PM IST

ମିନାଝୋଲା ଶୈବପୀଠ ନିକଟ ବଂଶଧାରା ନଦୀରେ ଭାସି ଯାଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

two minor boy dead body recovered from river
ବଂଶଧାରା ନଦୀରୁ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ମିନାଝୋଲା ଶିବ ମନ୍ଦିର ନିକଟରେ ପ୍ରବାହିତ ବଂଶଧରା ନଦୀରେ ଭାସି ଯାଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ହେବାର ୨୪ ଘଣ୍ଟା ପରେ ୫ କିଲୋମିଟର ଦୂରରୁ ଅଗ୍ନିଶମ ବିଭାଗ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଗତ ସୋମବାର ଗାଧୋଇବା ସମୟରେ ବଂଶଧାରା ନଦୀର ପ୍ରଖର ପାଣି ସ୍ରୋତରେ ଦୁହେଁ ଭାସିଯାଇଥିଲେ । ଦୁଇ ମୃତ ନାବାଳକ ହେଲେ ୯ ବର୍ଷୀୟ ରତ୍ନାକର ବଡନାୟକ ଏବଂ ୧୦ ବର୍ଷୀୟ ସୌମିତ ବଡସେଠ ।

ଏହା ମଧ୍ୟ ପଢ଼ନ୍ତୁ: ଜଳାଭିଷେକ କରି ଫେରିବା ବେଳେ ଅଘଟଣ, ମହାନଦୀରେ ବୁଡି କାଉଡ଼ିଆ ମୃତ

ଦୁଇ ନାବାଳକ ରତ୍ନାକର ଓ ସୌମିତ ନିଖୋଜ ହେବା ପରେ ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପର ଓଡ୍ରାଫ ଟିମ୍ ଏବଂ ଟାପିରିକୁପୁଡା ଗ୍ରାମବାସୀ ଅନେକ ଖୋଜାଖୋଜି କରିଥିଲେ । ମାତ୍ର ସେମାନଙ୍କର କୌଣସି ପତ୍ତା ମିିଳିନଥିଲା । ସନ୍ଧ୍ୟା ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ସକାଳୁ ପୁଣି ଦମକଳ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପର ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତ ଶରୀର ସେଠାରୁ 5 କିଲୋମିଟ ଦୂରରୁ ଉଦ୍ଧାର କରାଗଲା । ଘଟଣାସ୍ଥଳରେ ଚନ୍ଦ୍ରପୁର ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ମାଜିଷ୍ଟେଟଙ୍କ ଉପାସ୍ଥିତିରେ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ବଂଶଧାରା ନଦୀରେ ଭାସିଗଲେ ଦୁଇ ନାବାଳକ, ମିନାଝୋଲା ଶୈବପୀଠ ବୁଲିବାକୁ ଆସିଥିଲେ

ଏହା ମଧ୍ୟ ପଢ଼ନ୍ତୁ: ଅକ୍ଷୟଶିଳା ଜଳପ୍ରପାତରେ ବୁଡି ଯାଇଥିଲେ NIT ଛାତ୍ର, ଉଦ୍ଧାର ହେଲା ମୃତଦେହ

ପ୍ରକାଶ ଥାଉକି, ରତ୍ନାକର ଓ ସୌମିତ କନ୍ଧମାଳ ଜିଲ୍ଲାର ଥିଲେ । ଉଭୟେ ନିଜ ପରିବାର ସହିତ ଶ୍ରାବଣ ମାସର ଶେଷ ସୋମବାରରେ ପୂଜାର୍ଚ୍ଚନା କରିବା ଉଦ୍ଦେଶ୍ୟରେ ଚନ୍ଦ୍ରପୁର ବ୍ଲକ ମିନାଝୋଲା ଶୈବ ପୀଠକୁ ଆସିଥିଲେ । ତେବେ ଦର୍ଶନ ସାରି ବଂଶଧାରା, ଫାଳଫଳିଆ ଏବଂ ଚାଉଳଧୁଆ ତିନୋଟି ନଦୀର ସଂଗମ ସ୍ଥଳ ବୁଲିବାକୁ ଯାଇଥିଲେ । ସମୁଦାୟ ପାଞ୍ଚଜଣ ଶିଶୁ ବଂଶଧାରା ନଦୀ ପାଣି ଖେଳୁଥିବା ବେଳେ ହଠାତ୍ ବଂଶଧାରାର ପାଣିର ସୁଅରେ ପଡ଼ିଯାଇଥିଲେ । ତିନିଜଣ ଶିଶୁ ବହୁ କଷ୍ଟରେ ନିଜେ ନଦୀ କୂଳକୁ ପହଁରି ଚାଲି ଆସିଥିବା ବେଳେ ରତ୍ନାକର ବଡ଼ନାୟକ ଏବଂ ସୌମିତ ବଡସେଠ ବଂଶଧାରାର ନଦୀ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.