ETV Bharat / state

ସାହାସକୁ ସଲାମ, ୪ ପର୍ଯ୍ୟଟକଙ୍କୁ ବଞ୍ଚାଇଲେ ୨ ଓଡିଆ ଝିଅ - ରାୟଗଡା ଖବର

ମୃତ୍ୟୁମୁଖରୁ ୪ ପର୍ଯ୍ୟଟକଙ୍କୁ ବଞ୍ଚାଇଲେ ୨ଜଣ ଓଡିଆ ଝିଅ । ହିମାଚଳ ପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନ ସ୍ଥଳୀର ପର୍ଯ୍ୟଟକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ସାହାସାକିତାର ପରିଚୟ ଦେଇଛନ୍ତି ୨ଜଣ ଓଡିଆ ଝିଅ । ଅଧିକ ପଢନ୍ତୁ

ମୃତ୍ୟୁମୁଖରୁ ୪ ପର୍ଯ୍ୟଟକଙ୍କୁ ବଞ୍ଚାଇଲେ ୨ଜଣ ଓଡିଆ ଝିଅ

author img

By

Published : Jun 21, 2022, 1:59 PM IST

Updated : Jun 21, 2022, 2:11 PM IST

ରାୟଗଡା: ମୃତ୍ୟୁମୁଖରୁ ୪ ପର୍ଯ୍ୟଟକଙ୍କୁ ବଞ୍ଚାଇଲେ ୨ଜଣ ଓଡିଆ ଝିଅ । ହିମାଚଳପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନ ସ୍ଥଳୀର ପର୍ଯ୍ୟଟକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ସାହାସାକିତାର ପରିଚୟ ଦେଇଛନ୍ତି ୨ଜଣ ଓଡିଆ ଝିଅ । ଜୀବନକୁ ବାଜି ଲଗାଇ ବରଫରେ ଫସି ରହିଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣି ସାହାସର ପରିଚୟ ଦେଇଛନ୍ତି ଆକାଂକ୍ଷା ସାହୁ ଓ ଆୟୁସୀ ସାହୁ । ଆକାଂକ୍ଷା ଓ ଆୟୁସୀଙ୍କ ଏହି ଉଦ୍ୟମ ଓ ସାହାସିକତାକୁ ପର୍ଯ୍ୟଟକଙ୍କ ପରିବାର ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

୪ ପର୍ଯ୍ୟଟକଙ୍କୁ ବଞ୍ଚାଇଲେ ୨ ଓଡିଆ ଝିଅ

ରାୟଗଡା ସହରର ରିଙ୍ଗରୋଡରେ ପରିବାର ସହ ବାସ କରନ୍ତି ଆକାଂକ୍ଷା । କିଛି ଦିନ ତଳେ ପରିବାର ସହ ପାରଳାଖେମୁଣ୍ଡିରେ ରହୁଥିବା ସମ୍ପର୍କୀୟ ଭଉଣୀ ଆୟୁସୀ ସହ ମିଶି ରୋହତାଙ୍ଗପାସ୍ ବୁଲିବାକୁ ଯାଇଥିଲେ । ଗତ ଶୁକ୍ରବାର ସକାଳେ ସମସ୍ତେ ରୋହତାଙ୍ଗପାସର ଗ୍ଲାସିୟର ପଏଣ୍ଟ ବରଫାଛନ୍ନ ପାହାଡ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ପରେ ତାପମାତ୍ରା ହ୍ରାସ ପାଇ ୮ ଡିଗ୍ରୀରେ ପହଞ୍ଚିଥିଲା । ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଗ୍ଲାସିୟର ପଏଣ୍ଟରେ ଉପସ୍ଥିତ ଥିବାବେଳେ ପ୍ରତିକୂଳ ପାଗ ପ୍ରଭାବରେ ବରଫ ତରଳିବାରେ ଲାଗିଥିଲା ।

ପୁରା ପାହାଡ ବରଫାବୃତ୍ତ ହୋଇ ରହିଥିବାରୁ ବରଫ ତରଳିବା ଆରମ୍ଭ ହେବାପରେ ପର୍ଯ୍ୟଟକ ଭୟଭୀତ ହୋଇ ପଡିଥିଲେ । କିଛି ସ୍ଥାନର ବଡ ବଡ ବରଫ ଖଣ୍ଡ ଧସି ତଳେ ପଡିବା ପରେ ପର୍ଯ୍ୟଟକ ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ । ତରବରିଆ ଭାବେ ତଳକୁ ଓହ୍ଲାଉଥିବା ସମୟରେ କିଛି ପର୍ଯ୍ୟଟକ ଖସି ପଡି ଆହାତ ହୋଇଥିଲେ । ଏହି ସମୟରେ ଗୋଟିଏ ବିରାଟ ବରଫ ଖଣ୍ଡ ଧସିବା ଯୋଗୁଁ ବହୁ ପର୍ଯ୍ୟଟକ ତଳକୁ କଚାଡି ହୋଇ ପଡି ଯାଇଥିଲେ । ଆକାଂକ୍ଷା ଏବଂ ତାଙ୍କ ପରିବାରର ସମସ୍ତେ ଅଘଟଣରୁ ବର୍ତ୍ତି ତଳକୁ ଓହ୍ଲାଇ ଆସିବାରେ ସକ୍ଷମ ହୋଇଥିଲେ । ତେବେ ଆଖପାଖରେ ଥିବା ରାଜସ୍ଥାନର ଦୁଇ ମହିଳା ପର୍ଯ୍ୟଟକ ସେମାନଙ୍କ ଦୁଇ ଶିଶୁଙ୍କ ସହ ଉପରେ ଫସି ରହିଯାଇଥିଲେ । ବରଫ ଖଣ୍ଡ ଧସୁଥିବା ଯୋଗୁଁ ଓହ୍ଲାଇବାକୁ ସାହାସ କରିପାରୁ ନଥିଲେ ।

ଫସିଥିବା ପର୍ଯ୍ୟଟକ ଭୟଭୀତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆକାଂକ୍ଷା ଓ ସମ୍ପର୍କୀୟ ଭଉଣୀ ଆୟୁଷୀ ପାହାଡ ଉପରକୁ ସାହାସର ସହ ଚଡି ଯାଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ ଧରି ଉଭୟ ତଳକୁ ଓହ୍ଲାଇବା ପରେ ଫସି ରହିଥିବା ମହିଳା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ । ପ୍ରବଳ ବରଫାପାତ ଓ ଥଣ୍ଡା ଯୋଗୁଁ ଦୁଇ ଶିଶୁଙ୍କ ମୁହଁ ଫୁଲି ଯାଇଥିଲା । ମହିଳା ପର୍ଯ୍ୟଟକ ଫସି ରହିଥିବା ସ୍ଥାନରେ ଥଣ୍ଡା ଓ ବରଫ ମାଡ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସମୟରେ ଓଡିଆ ଝିଅ ଦେବଦୂତ ହୋଇ ତାଙ୍କୁ ଉଦ୍ଧାର କରିଥିବାରୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ଇଟିଭି ଭାରତ, ରାୟଗଡା

Last Updated : Jun 21, 2022, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.