ETV Bharat / state

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଦିବାସୀ ସମାଜର ବର୍ଜନ, ଭରିବନି ନାମାଙ୍କନ

author img

By

Published : Oct 31, 2021, 7:19 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ ସହ ନାମାଙ୍କନ ଦାଖଲ କରିବନି ବୋଲି ଆଦିବାସୀ ସମାଜ ପକ୍ଷରୁ ଘୋଷଣା । ଅଧିକ ପଢନ୍ତୁ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ ସହ ନାମାଙ୍କନ ଦାଖଲ କରିବନି ଆଦିବାସୀ ସମାଜ

ରାୟଗଡା:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ ସହ ନାମାଙ୍କନ ଦାଖଲ କରିବ ନାହିଁ ଆଦିବାସୀ ସମାଜ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦେଖାଦେଇଛି ସମସ୍ୟା । ଏହି ବ୍ଲକର ୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଗୋଟିଏ ବି ଆଦିବାସୀଙ୍କ ପାଇଁ ସଂରକ୍ଷଣ ହୋଇ ନ ଥିବାରୁ ତୀବ୍ର ପ୍ରତିବାଦ କରିଛି ଆଦିବାସୀ ସମାଜ ।

ସାମ୍ବାଦିକ ସମ୍ମିଳନୀରେ ଏହିଭଳି ଉପେକ୍ଷାକୁ ନିନ୍ଦା କରିବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ କୌଣସି ଆଦିବାସୀ ଏଥିରେ ଭାଗ ନେବେ ନାହିଁ ବୋଲି ଘୋଷଣା କରାଯାଇଛି । ଯେଉଁ ସରପଞ୍ଚ, ସମିତି ସଭ୍ୟ ପଦ ଆଦିବାସୀଙ୍କ ପାଇଁ ସଂରକ୍ଷଣ ରହିଛି ସେଥିରେ କେହି ନାମାଙ୍କନ ପତ୍ର ଦାଖଲ କରିବେ ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଏଭଳିକି ଆସନ୍ତା ମାସ ୧ ତାରିଖ ପରେ ଯେକୌଣସି ମୂହୁର୍ତ୍ତରେ ବିରାଟ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି ।

କାଶୀପୁର ବ୍ଲକର ସମସ୍ତ ୨୪ ପଞ୍ଚାୟତ କାର୍ଯ୍ୟାଳୟ ଅଚଳ କରିବା ସହିତ ସରକାରୀ କାମରେ ଅସହଯୋଗ କରିବା ପାଇଁ ଆଦିବାସୀ ସମାଜ ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆଦିବାସୀ ନେତା । ଏହି ବ୍ଲକରେ ୮୪ ହଜାର ଆଦିବାସୀ ରହୁ ଥିବାବେଳେ ୨୯ ହଜାର ଓ ୨୪ ହଜାର ଲୋକ ରହୁଥିବା ସମ୍ପ୍ରଦାୟକୁ କିଭଳି ସଂରକ୍ଷଣ ଦିଆନଗଲା ବୋଲି ପ୍ରଶ୍ନ କରାଯାଇଛି । ପ୍ରଶାସନ ଜାଣିଶୁଣି ଏହିଭଳି କରିଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ବୀଭିଷଣ ମାଝୀ, ଜିଲ୍ଲା ପରିଷଦ ସଭ୍ୟ କମଳ ଲୋଚନ ସାଉଁନ୍ତା, ଆଦିବାସୀ ସମାଜ ଆବାହକ ଉପେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.