ETV Bharat / state

ମୁନିଖୋଲରେ ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ

author img

By

Published : Jan 28, 2021, 3:01 PM IST

ମୁନିଗୁଡା ରେଳ ଷ୍ଟେସନର ମୁନିଖୋଲ ନିକଟରେ ଗୋଟିଏ ମାଲଗାଡିର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଗାଡିଟି ବିଶାଖାପାଟଣାରୁ ଖାଲି ଡିଜେଲ ଟାଙ୍କି ନେଇ ଛତିଶଗଡର ଅମୁଲାଇ ଯାଉଥିଲା। ଅଧିକ ପଢନ୍ତୁ...

ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ, ବିଶାଖାପାଟଣା ରାଇପୁର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା:ମୁନିଗୁଡା ରେଳ ଷ୍ଟେସନର ମୁନିଖୋଲ ନିକଟରେ ଗୋଟିଏ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନଟି ବିଶାଖାପାଟଣାରୁ ଖାଲି ଡିଜେଲ ଟାଙ୍କି ନେଇ ଛତିଶଗଡର ଅମୁଲାଇ ଯାଉଥିଲା । ମୁନିଗୁଡା ଷ୍ଟେସନ ନିକଟରେ ଲାଇନକାମ ଚାଲିଥିବା ବେଳେ ଏପରି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।

ଖବରପାଇ ରେଳବାଇ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ଟ୍ରେନକୁ ସଜାଡି ରେଳ ଚଳାଚଳ ସ୍ଵଭାବିକ କରିବାରେ ଲାଗିପଡିଛନ୍ତି । ଫଳରେ ବିଶାଖାପାଟଣା ରାଇପୁର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.