ETV Bharat / state

AP Train Tragedy: ୧୪ ନୁହେଁ ୧୩ ମୃତ, ଆହତଙ୍କ ଚିକିତ୍ସା ପାଇଁ ତତ୍ପର ପ୍ରଶାସନ

author img

By ETV Bharat Odisha Team

Published : Oct 30, 2023, 3:54 PM IST

ରବିବାର ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାରେ ବଢୁଛି ମୃତାହତଙ୍କ ସଂଖ୍ୟା । ଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ ମଧ୍ୟରେ ଦୁର୍ଘଟଣା ଫଳରେ 13 ଜଣଙ୍କ ଜୀବନ ଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

AP train accident
ଆହତଙ୍କ ଚିକିତ୍ସା ପାଇଁ ତତ୍ପର ପ୍ରଶାସନ

ଆହତଙ୍କ ଚିକିତ୍ସା ପାଇଁ ତତ୍ପର ପ୍ରଶାସନ

ରାୟଗଡ଼ା: ରବିବାର ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାରେ ବଢୁଛି ମୃତାହତଙ୍କ ସଂଖ୍ୟା । ବିଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ ମଧ୍ୟରେ ଦୁର୍ଘଟଣା ଫଳରେ 13 ଜଣଙ୍କ ଜୀବନ ଯାଇଛି । ସେହିପରି ୫୦ରୁ ଅଧିକ ଆହତ ହୋଇଛନ୍ତି । ଗୋଟିଏ ଟ୍ରେନ ରାୟଗଡ଼ା ଓ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବାବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଣ୍ଟକାପଲ୍ଲୀ ମଧ୍ୟରେ ଦୁର୍ଘଟଣା ପରେ ଲାଇନଚ୍ୟୁତ ହୋଇଥିଲା । ୨ଟି ଟ୍ରେନର ମୋଟ ୪ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛିଡ଼ା ହୋଇ ରହିଥିବା ବିଶାଖାପାଟଣା-ପଲାସା ଟ୍ରେନକୁ ପଛ ପଟରୁ ଧକ୍କା ଦେଇଥିଲା ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ ।

ଫଳରେ ଉଭୟ ଟ୍ରେନର 4ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବିଶାଖାପାଟଣା ଠାରୁ ୩୪ କିଲୋମିଟର ଦୂରରେ ଏହି ଟ୍ରେନ ୨ଟି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୧୩ ଜଣ ମୃତ୍ୟୁବରଣ କରିଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ବିଜୟନଗରମ, ଆଲମଣ୍ଡା ଏବଂ ବିଶାଖାପାଟଣା କିଙ୍ଗ ଜର୍ଜ ହସପିଟାଲରେ ଭର୍ତ୍ତି କରାଯାଇଛି । ବିଶାଖପାଟଣା - ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକ ପାଇଲଟଙ୍କ ମୃତ୍ୟୁ ହୋଇଥିବାବେଳେ ବିଶାଖାପାଟଣା - ପଲାସା ଟ୍ରେନର ଗାର୍ଡ କେ. କୁମାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ବର୍ତ୍ତମାନସୁଦ୍ଧା ଓଡିଶାର କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ । ରବିବାର ରାତିଠାରୁ ଘଟଣାସ୍ଥଳରେ ବିଶାଖାପାଟଣା ଡିଭିଜନ ଡିଆରଏମ ସୌରଭ ପ୍ରସାଦ ପହଞ୍ଚିଥିବାବେଳେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହା ସହିତ ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଜାରି ହୋଇଥିବା ହେଲ୍ପ ଲାଇନ୍ ନମ୍ବର ୦୬୮୫୬-୨୨୩୪୦୦, ୯୪୩୯୭୪୧୦୭୧, ୭୩୨୬୮୧୨୯୮୬। ବର୍ତ୍ତମାନ ରାୟଗଡ଼ା ଓ ବିଶାଖାପାଟଣା ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିଛି ।

ଏହା ବି ପଢନ୍ତୁ...AP Train Accident: ସରିଲା ରେସ୍କ୍ୟୁ ଅପରେସନ୍‌, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କହିଲେ CPRO

ସେପଟେ ରେଳ ଦୁର୍ଘଟଣାର ସହାୟତା ପାଇଁ ରାୟଗଡା ପ୍ରଶାସନ ତରଫରୁ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଦୁର୍ଘଟଣାସ୍ଥଳରେ ଅଟକି ରହିଥିବା ଲୋକମାନଙ୍କୁ ବିଜୟ ନଗର ଡିପୋରୁ ୨ ଟି ବସ ପଠାଯାଇ ରାୟଗଡାକୁ ଅଣାଯାଇଛି l ଏଥିସହିତ ରାୟଗଡାରୁ ୪ଟି ବସ ଯାଇ ଅବଶିଷ୍ଟ ଲୋକଙ୍କୁ ଉଦ୍ଧାର କରିଛି l NDRF ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ କରିଛି । "ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂଯୋଜକ ଓ ଜଣେ ବରିଷ୍ଠ ରାଜସ୍ୱ ଅଧିକାରୀଙ୍କ ସହିତ ଏକ ଡାକ୍ତରୀ ଦଳକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୟ ନଗରମକୁ ପଠାଯାଇ ସେଠାରେ ଯାତ୍ରୀମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଔଷଧର ବ୍ୟବସ୍ଥା କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ବିଭାଗ ଓ ସ୍ଥାନୀୟ ଜିଲ୍ଲାପ୍ରଶାନ ସହିତ ରାୟଗଡା ଜିଲ୍ଲା ପ୍ରଶାସନ ନିରନ୍ତର ଯୋଗାଯୋଗ ରଖିଛି" ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ବେହେରା ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.