ETV Bharat / state

ଦୋରାଗୁଡାରେ ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ, 15 ଗୁରୁତର - ଦୋରାଗୁଡ଼ା ଦୁର୍ଘଟଣାରେ ଜଣେ ମୃତ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡିକରଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ 15 ଜଣ ଗୁରୁତର ଆହତ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

Tragic accident in Doraguda police station area of rayagada, one dead, 15 serious
ଦୋରାଗୁଡାରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ, 15 ଗୁରୁତର
author img

By

Published : Jan 5, 2021, 11:04 PM IST

ରାୟଗଡ଼ା: ଦୁଇଟି ଅଟୋ ସହ ଧକ୍କା ହେଲା ବାଇକ । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ 15 ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡିକରଳ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଦୋରାଗୁଡାରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ, 15 ଗୁରୁତର

ମୃତକ କୁଚେଇପଦର ପଞ୍ଚାୟତର ଡି.କୋରଳ ଗ୍ରାମର ଗଣେଶ ଝୋଡିଆ ବୋଲି ଜଣାପଡ଼ିଛି। ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଗଣେଶ କୌଣସି କାମରେ ଏକ ବାଇକରେ ନୂଆପଡ଼ା ଅଭିମୁଖେ ଯାଉଥିଲେ। ତେବେ ଏକ ଅଟୋକୁ ଓଭର ଟେକ କରିବା ପ୍ରୟାସ ବେଳେ ସାମ୍ନାପଟୁ ଏକ ଅଟୋ ସହ ଧକ୍କା ହୋଇଯାଇଥିଲା । ଘଟଣାସ୍ଥଳରେ ଦୁଇଟି ଅଟୋ ଓଲଟି ପଡ଼ିଥିବାବେଳେ ବାଇକ ଆରୋହୀ ମଧ୍ୟ ଏଥିରୁ ବର୍ତ୍ତି ପାରିନଥିଲେ। ଫଳରେ ଘଟଣାସ୍ଥଳରେ ଗଣେଶଙ୍କ ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣାରେ 15ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବରପାଇ ଦୋରାଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନୂଆପଡ଼ାସ୍ଥିତ ଉତ୍କଳ ମେଡିକାଲରେ ଭର୍ତ୍ତି କରିଛନ୍ତି । ସଙ୍କଟାପନ୍ନ ରହିଥିବା ଦୁଇ ଜଣଙ୍କ ସହ ଅନ୍ୟ କେତେକ ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରାୟଗଡ଼ରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.