ETV Bharat / state

ଭାରତ ବନ୍ଦ ଡାକରା ସଫଳ କରିବାକୁ ଶ୍ରମିକ ସଂଗଠନର ପ୍ରସ୍ତୁତି - ଭାରତ ବନ୍ଦ ଡାକରା

ଭାରତ ବନ୍ଦର ଡାକରା ସଫଳ କରିବାକୁ ରାୟଗଡାରେ ବିଭିନ୍ନ ଶ୍ରମିକ ସଂଗଠନର ଏକ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଭାରତ ବନ୍ଦ ଡାକରା ସଫଳ କରିବାକୁ ଶ୍ରମିକ ସଂଗଠନର ପ୍ରସ୍ତୁତି

author img

By

Published : Nov 18, 2020, 12:54 AM IST

ରାୟଗଡା: ବିଭିନ୍ନ ଦାବି ନେଇ ଆସନ୍ତା ନଭେମ୍ବର 26ରେ ଭାରତ ବନ୍ଦର ଡାକରା ଦେଇଛି ଶ୍ରମିକ ସଂଗଠନ । ଏନେଇ ମଙ୍ଗଳବାର ରାୟଗଡାରେ ବିଭିନ୍ନ ଶ୍ରମିକ ସଂଗଠନର ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଦେଶରେ ନୂଆକରି ପ୍ରଣୟନ ହୋଇଥିବା ଶ୍ରମ କୋଡ୍‌କୁ ପ୍ରତ୍ୟାହାର କରିବା, କୃଷି ଆଇନକୁ ପ୍ରତ୍ୟାହାର କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରିବା ଏବଂ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ ବନ୍ଦ କରିବା ଆଦି 9 ଦଫା ଦାବି ନେଇ ଶ୍ରମିକ ସଂଗଠନ ବନ୍ଦ ଡାକରା ଦେଇଛି ।

ଭାରତ ବନ୍ଦ ଡାକରା ସଫଳ କରିବାକୁ ଶ୍ରମିକ ସଂଗଠନର ପ୍ରସ୍ତୁତି

ପୂର୍ବରୁ ଏନେଇ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ତେବେ ଶ୍ରମିକମାନଙ୍କ ଦାବି ଉପରେ କେନ୍ଦ୍ର ସରକାର ଗୁରୁତ୍ବ ନଦେବାରୁ ଭାରତ ବନ୍ଦର ଡାକରା ଦିଆଯାଉଛି ବୋଲି କୁହାଯାଇଛି । ଏହି ବୈଠକରେ ସିପିଆଇ,ସିପିଏମ୍ଏଲ୍, ଆଇଏନଟିୟୁସି ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.