ETV Bharat / state

ଟ୍ରାକ୍ଟର ଟ୍ରଲି ଓଲଟି ଜଣେ ମୃତ, 3 ଆହତ

ଟ୍ରାକ୍ଟର ଟ୍ରଲି ଓଲଟି ଜଣେ ମୃତ ଓ 3 ଜଣ ଆହତ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଜେଞ୍ଜିଲିବାଡି ଗ୍ରାମ ନିକଟରେ । ଅଧିକ ପଢନ୍ତୁ...

author img

By

Published : Sep 25, 2020, 9:05 PM IST

tractor accident, one death
ଟ୍ରାକ୍ଟର ଟ୍ରଲି ଓଲଟି ଜଣେ ମୃତ, 3ଜଣ ଆହତ

ରାୟଗଡା: ଟ୍ରାକ୍ଟର ଟ୍ରଲି ଓଲଟି ଜଣେ ମୃତ ଓ 3 ଜଣ ଆହତ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଜେଞ୍ଜିଲିବାଡି ଗ୍ରାମ ନିକଟରେ ।

ଟ୍ରାକ୍ଟର ଟ୍ରଲି ଓଲଟି ଜଣେ ମୃତ, 3ଜଣ ଆହତ

ଘଟଣାରୁ ପ୍ରକାଶ ଯେ, ସୁରି ଗ୍ରାମର ଏକ ଟ୍ରାକ୍ଟର 4ଜଣ ଶ୍ରମିକଙ୍କୁ ଧରି ବାହାରିଥିଲା । ଗାଡ଼ିରେ ତେଲ ନଥିବାରୁ ନିକଟସ୍ଥ ଡିପୋରୁ ତେଲ ପକାଇ ଆସୁଥିବା ବେଳେ ଜେଞ୍ଜିଲିବାଡ଼ି ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଗାଡିକୁ ବଞ୍ଚେଇବାକୁ ଯାଇ ଟ୍ରାକ୍ଟର ଡ୍ରାଇଭର ସଡ଼ନ ବ୍ରେକ ମାରିବାରୁ ଟ୍ରାକ୍ଟର ଟ୍ରଲିଟି ଓଲଟି ପଡିଥିଲା ।

ଫଳରେ ଟ୍ରଲିରେ ବସିଥିବା 4ଜଣଙ୍କ ଉପରେ ଟ୍ରଲିଟି ପଡିଯିବାରୁ ଘଟଣା ସ୍ଥଳରେ ମୁନା ହୁଇକାର ମୃତ୍ୟୁ ହୋଇଥିବା ବେଳେ କୁନି କୁମ୍ଭାରୀକା, ସିବାନୀ କାଡ୍ରକା ଓ ବାବୁରାଓ ଖମ୍ବାରିକା ଆହତ ହୋଇଛନ୍ତି ।

ଆହତ 3ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଆହତ କୁନି କୁମ୍ଭାରୀକାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ଜଣାପଡିଛି ।

ରାୟଗ଼ଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.