ETV Bharat / state

100 ଘଣ୍ଟା ପରେ ଅନଶନରୁ ଓହରିଲା ଯୁବ ବିକାଶ ପରିଷଦ - yuba vikash parisada break hunger strike in rayagada

ଜିଲ୍ଲାରେ ମେଡିକାଲ କଲେଜ ଦାବି କରି ଗତ ୯ ତାରିଖ ଠାରୁ ଅନଶନରେ ଯୁବ ବିକାଶ ପରିଷଦ ସଭାପତି ଶିବାଜି ଦାସ ବସିଥିବା ବେଳେ ଶନିବାର ଅନଶନକୁ ଶହେ ଘଣ୍ଟା ପୁରିଥିଲା । ଅଧିକ ପଢନ୍ତୁ...

ମେଡିକାଲ କଲେଜ ଦାବିରେ ଚାଲିଥିବା ୧୦୦ ଘଣ୍ଟା ଆମରଣ ଅନଶନରୁ ଭାଙ୍ଗିଲା ଯୁବ ବିକାଶ ପରିଷଦ

author img

By

Published : Feb 14, 2021, 8:36 AM IST

ରାୟଗଡା: ଜିଲ୍ଲାରେ ମେଡିକାଲ କଲେଜ ଦାବି କରି ଗତ ୯ ତାରିଖ ଠାରୁ ଅନଶନରେ ଯୁବ ବିକାଶ ପରିଷଦ ସଭାପତି ଶିବାଜି ଦାସ ବସିଥିବା ବେଳେ ଶନିବାର ମଧ୍ୟାହ୍ନରେ ଅନଶନକୁ ଶହେ ଘଣ୍ଟା ପୁରିଛି । ଯୁବ ବିକାଶ ପରିଷଦ ପକ୍ଷରୁ ମେଡିକାଲ କଲେଜ ଦାବିରେ ୧୦୦ ଘଣ୍ଟା ଆମରଣ ଅନଶନ ନିଷ୍ପତ୍ତି ନିଆଯାଇଥିଲା । ତେବେ ସବୁଠାରୁ ବଡ କଥା ଏହି ୧୦୦ ଘଣ୍ଟା ଅନଶନ ମଧ୍ୟରେ ପ୍ରଶାସନର ଜଣେ ମଧ୍ୟ ଅଧିକାରୀ ଅନଶନ ସ୍ଥଳରେ ପହଞ୍ଚି ଅନଶନକାରୀଙ୍କୁ ବୁଝାଇବାକୁ ପ୍ରୟାସ କରିନଥିବାକୁ ନେଇ ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି ଯୁବ ବିକାଶ ପରିଷଦ ।

ମେଡିକାଲ କଲେଜ ଦାବିରେ ଚାଲିଥିବା ୧୦୦ ଘଣ୍ଟା ଆମରଣ ଅନଶନରୁ ଭାଙ୍ଗିଲା ଯୁବ ବିକାଶ ପରିଷଦ

ତେବେ ଆଜି ଆନ୍ଦୋଳନରେ ସାମିଲ ଥିବା ସହକର୍ମୀଙ୍କ ହାତରୁ ପଇଡ ପାଣି ପିଇ ୧୦୦ ଘଣ୍ଟା ଆମରଣ ଅନଶନ ଭାଙ୍ଗିଥିଲେ ଯୁବ ବିକାଶ ପରିଷଦ ସଭାପତି ଶିବାଜି ଦାସ । ପରେ ଏକ ପଦଯାତ୍ରାରେ ବାହାରି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଏହି ଦାବିପତ୍ରରେ ଆଗାମୀ ଅପ୍ରେଲ 15 ତାରିଖ ସୁଧା ସେମାନଙ୍କ ଦାବି ପୂରଣ ନହେଲେ ଏକ ବଡଧରଣର ଆନ୍ଦୋଳନ ହେବା ସହିତ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଏଥିପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଯୁବ ବିକାଶ ପକ୍ଷରୁ ଚେତାବନୀ ଦେଇଛି ।

ରାୟଗଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ମାନ୍ୟତା ଦାବିରେ ରାୟଗଡା ଯୁବ ବିକାଶ ପରିଷଦ ଗତ ଡିସେମ୍ବର ମାସରେ ୧୨ଘଣ୍ଟିଆ ଦାବି କରି ଅନଶନ କରିଥିଲେ । ତେବେ ଏହି ୧୦୦ ଘଣ୍ଟିଆ ଏହି ଆମରଣ ଅନଶନରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷ, ରାଜନୈତିକ ଦଳ ଓ ସାମ୍ବାଦିକ ସଙ୍ଘ ନିଜର ସମର୍ଥନ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ କ୍ୟାମ୍ପେନ ମଧ୍ୟ କରାଯାଇଥିଲା । ମେଡିକାଲ କଲେଜ ଦାବିରେ ଚାଲିଥିବା ୧୦୦ ଘଣ୍ଟା ଆମରଣ ଅନଶନରୁ ଭାଙ୍ଗିଲା ଯୁବ ବିକାଶ ପରିଷଦ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.