ରାୟଗଡା: ଜିଲ୍ଲା ସ୍ଥିତ ଟିକିରି ବଜାରରେ ପୋଲିସର ଚଢାଉ । ବିପୁଳ ପରିମାଣର ଗୁଟଖା ଜବତ କରି ଥିବାବେଳେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ ଜୟପୁରରୁ ଟିକିରି ଚାଲାଣ ହେଉଥିଲା ବସ୍ତା ବସ୍ତା ଗୁଡାଖୁ, ଭାଙ୍ଗ ଓ ଗୁଟଖା । କୋୖଣସି ସୁତ୍ରରୁ ଟିକିରି ପୋଲିସ ଖବରପାଇ ଆଇଆଇସି ବନ୍ଦନା ନାଏକଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲେ । ଚଢାଉ କରି ପୋଲିସ ବିଭିନ୍ନ ବ୍ରାଣ୍ଡର ଡିଲକ୍ସ, ଜର୍ଦ୍ଦା ଏବଂ ଗୁଟଖା ଜବତ କରିଛି । ଜବତ ନିଶାଦ୍ରବ୍ୟର ମୂଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ମାମଲାରେ ସମ୍ପୃକ୍ତ ଜଣେ ବ୍ୟବସାୟୀଙ୍କୁ ଗିରଫ କରି ପୋଲିସ କେସ ନମ୍ବର ୬୮/୨୧ ଆଧାରରେ କୋର୍ଟ ଚାଲାଣ କରିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ