ରାୟଗଡା: ଦିନକୁ ଦିନ ମହାମାରୀ କୋରୋନ ରାୟଗଡ଼ା ଜିଲ୍ଲାରେ କାୟା ବିସ୍ତାର କରି ଚାଲିଥିବା ବେଳେ କାଶୀପୁର ବ୍ଲକରେ ମଧ୍ୟ ତାର ସ୍ଥିତି ଜାହିର କରିଛି । ସଂକ୍ରମଣ ବଢିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ଶନିବାର ଓ ରବିବାର ଦୁଇଦିନ ସାପ୍ତାହିକ ସଟଡାଉନ ଘୋଷଣା କରିଛି ।
ତେବେ ଶୁକ୍ରବାର ଦିନ ଟିକିରି ହାଟ ପଡୁଥିବାରୁ ଏହି ଦିନ ସମ୍ପୂର୍ଣ ଟିକିରି ପଞ୍ଚୟାତକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସରପଞ୍ଚ । ଏହି ହାଟକୁ କାଶିପୁର ବ୍ଲକର ଡୁଡୁକାବାହଲ, ଶଙ୍କରଡା, ଗୋରଖପୁର, ପୁଢାପାଡି, ନକଟିଗୁଡା, ହାଡିଗୁଡା, ଡଙ୍ଗାସିଲ, କୁଚେଇପଦର ସମେତ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାକିରିଗୁମ୍ମା ଏବଂ ଦଶମନ୍ତପୁର ବ୍ଲକର ଲୋକମାନେ ନିର୍ଭର କରିଥାନ୍ତି ।
ଗତ ସପ୍ତାହରେ ହାଟ ବନ୍ଦ ଥିବା ସତ୍ବେ ପ୍ରାୟ ୫୦୦ ଲୋକଙ୍କ ଭିଡ ଜମିଥିଲା। ଲୋକମାନେ କି ବେପାରୀ ସାମାଜିକ ଦୁରତା ଅବା ମାସ୍କ ପ୍ରତି ଗୁରୁତ୍ବ ଦେଉନାହାନ୍ତି । ଏହି ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ଟିକିରି ସରପଞ୍ଚ କୁମାରୀ ପିଡିକା ଆସନ୍ତାକାଲି ସକାଳ ୬ଘଣ୍ଟା ଠାରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ