ରାୟଗଡା: ସମସ୍ତ କଳ୍ପନା ଜଳ୍ପନାରେ ପଡିଲା ଯବନିକା । ବାଘୁଣୀ ସୁନ୍ଦରୀକୁ ରାୟଗଡ଼ା ଜିଲ୍ଲାର କୌଣସି ଏକ ଜଙ୍ଗଲରେ ଛାଡ଼ିବା ଯୋଜନାର ଅନ୍ତ ଘଟିଛି । ଚନ୍ଦ୍ରପୁର ବ୍ଲକର କୌଣସି ଏକ ସଂରକ୍ଷିତ ଜଙ୍ଗଲରେ ଛାଡ଼ିବାକୁ ଜଙ୍ଗଲ ବିଭାଗ ଏବଂ କେନ୍ଦ୍ରୀୟ ବ୍ୟାଘ୍ର ପ୍ରକଳ୍ପର ଚିନ୍ତା କରୁଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲାର ଚନ୍ଦ୍ରପୁର , କାଶିପୁର , ଗୁଡ଼ାରୀ ଏବଂ କଲ୍ୟାଣ ସିଂହପୁର ଅଚଂଳରେ ଭୟର ବାତାବରଣ ଦେଖାଦେଇଥିଲା ।
ତେବେ ଏନେଇ ଆମ ଇଟିଭି ସମ୍ବାଦଦାତା ରାୟଗଡ଼ା ବନଖଣ୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କ କହିବା କଥା ହେଲା ଏଭଳି ତାଙ୍କ ବିଭାଗ ପକ୍ଷରୁ କୈଣସି ଯୋଜନା ନାହିଁ କି ସୁନ୍ଦରୀକୁ ରାୟଗଡ଼ା ସ୍ଥାନାନ୍ତର କରିବା ନେଇ ତାଙ୍କ ବିଭାଗ ପକ୍ଷରୁ କିଛିବି ସୁଚନା ଦିଆଯାଇ ନାହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ