ETV Bharat / state

ମାଓବାଦୀଙ୍କ ଚାଲ୍‌ ପଣ୍ଡ, ନିୟମଗିରିରୁ ଟିଫିନ ବୋମା ଉଦ୍ଧାର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଜୀବନ୍ତ ଟିଫିନ ବୋମା ଉଦ୍ଧାର । କୁମ୍ବିଂ ଅପରେସନ ସମୟରେ ବୋମାକୁ ଉଦ୍ଧାର କରିଛନ୍ତି ଯବାନ । ଅଧିକ ପଢନ୍ତୁ

author img

By

Published : Feb 20, 2022, 10:35 AM IST

Updated : Feb 20, 2022, 3:33 PM IST

ନିୟମଗିରିରେ ଜୀବନ୍ତ ଟିଫିନ୍ ବୋମା ଉଦ୍ଧାର
ନିୟମଗିରିରେ ଜୀବନ୍ତ ଟିଫିନ୍ ବୋମା ଉଦ୍ଧାର

ରାୟଗଡା: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ରାୟଗଡ଼ା ପୋଲିସକୁ ବଡ଼ ସଫଳତା । ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଜୀବନ୍ତ ଟିଫିନ୍ ବୋମା ଉଦ୍ଧାର । କୁମ୍ବିଂ ଅପରେସନ ସମୟରେ ବୋମାଟିକୁ ଉଦ୍ଧାର କରିଛନ୍ତି ଯବାନ । କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଯବାନମାନେ ଏହି ଜୀବନ୍ତ ଟିଫିନ୍ ବୋମା ଜବତ କରିଛନ୍ତି ।

ମାଓବାଦୀଙ୍କ ଚାଲ୍‌ ପଣ୍ଡ, ନିୟମଗିରିରୁ ଟିଫିନ୍ ବୋମା ଉଦ୍ଧାର

ଯାହା କୁହାଯାଉଛି, ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ଟିଫିନ୍ ବୋମା ରଖିଥିଲେ । ଯାହାକୁ ଭଣ୍ଡୁର କରିଛନ୍ତି ଯବାନ । ଯବାନମାନେ କୁମ୍ବିଂ ଅପରେସନ କରୁଥିବା ବେଳେ ଉକ୍ତ ପୋଲକୁ ସନ୍ଦେହ କରି ଯାଞ୍ଚ କରିଥିଲେ । ଏହି ସମୟରେ ଟିଫିନ ବୋମାଟିକୁ ଠାବ କରାଯାଇଛି । ସମଗ୍ର ଅଞ୍ଚଳକୁ ସିଲ୍ କରାଯିବା ସହ ଉଦ୍ଧାର ବୋମାକୁ ନିଷ୍କ୍ରିୟ କରିବାକୁ ସିଆରପିଏଫର ବୋମା ନିଷ୍କ୍ରିୟ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଆଜି ଏହି ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ବହୁସଂଖ୍ୟକ ସିଆରପିଏଫ, ଡିଭିଏଫ ଏବଂ ବିଏସଏଫ ଯବାନକୁ ପଠାଯାଇ କୁମ୍ବିଙ୍ଗକୁ ଜୋରଦାର କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Feb 20, 2022, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.