ETV Bharat / state

ରାୟଗଡାରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଘର, ଉପୁଡିଲା ଗଛ - rayagada

ରାୟଗଡାରେ କାଳବୈଶାଖୀ ତାଣ୍ଡବ ଯୋଗୁଁ ବିଭିନ୍ନ ସ୍ଥାନରେ ଘରର ଟିଣ ଉଡିଯାଇ ଥିବାବେଳେ ଉପୁଡି ପଡିଛି ବଡ ବଡ ଗଛ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : May 16, 2019, 7:29 PM IST

ରାୟଗଡା: ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଅନୁଭୂତ ହେଉଛି କାଳବୈଶାଖୀ । ଯାହାର ପ୍ରଭାବରେ ରାୟଗଡାରେ ଦେଖିବାକୁ ମିଳିଛି ଏହାର କରାଳ ରୂପ । ବିଭିନ୍ନ ସ୍ଥାନରେ ଘରର ଟିଣ ଉଡିଯାଇ ଥିବାବେଳେ ଉପୁଡି ପଡିଛି ବଡ ବଡ ଗଛ । ଯେଉଁଥିପାଇଁ ରାସ୍ତା ଅବରୋଧ ହେବା ସହ ମିନି ବେହେରା ନାମକ ମହିଳାଙ୍କ ଘର ବି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସହରର ରୟିତ କଲୋନୀ ଠାରେ ଥିବା ଦୁଇଟି ଘରର ଟିଣ ଉଡିଯିବା ସହ ସମ୍ପୁର୍ଣ୍ଣ ରୂପେ ଭାଙ୍ଗିଯାଇଛି । ଏଥିରୁ ନିରୁପାୟ ହୋଇ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା କହିଛନ୍ତି ମିନି ।

କାଳବୈଶାଖୀ ପବନରେ ବଡ ବଡ ଗଛ ଉପୁଡି ରାସ୍ତା ଉପରେ ପଡିଛି । ଯାହାକୁ ହଟାଇବା ପାଇଁ ଘଟଣାସ୍ଥଳରେ ପ୍ରଶାସନ ସମେତ ଅଗ୍ନିଶମ ବିଭାଗ ପହଞ୍ଚି ଗଛ କାଟି ରାସ୍ତାସଫା କରିଛନ୍ତି । କାଳବୈଶାଖୀ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

prabir

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.