ରାୟଗଡା: ହତ୍ୟା ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ । ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଅରପଣା ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡ ମାମଲାର ଆଜି ରାଏ ପ୍ରକାଶ ପାଇଛି । ଗତ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ଗ୍ରାମର ରତୁନୁ ଜିଲକାରାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଦୋଷ ପ୍ରମାଣିତ ହେବା ପରେ ଜିଲ୍ଲା ଜଜ କୋର୍ଟ ଏହି ପ୍ରଦାନ କରିଛନ୍ତି ।
ଆଜି(ମଙ୍ଗଳବାର) ଜିଲ୍ଲା ଦୌରାଜଜ ବିକ୍ରମ ପଟ୍ଟନାୟକ ଦୋଷୀ ପୁନାଲୁ ସିରିକା, ବିନୋଦ ମାଣ୍ଡାଙ୍ଗି, ମରିଶି ଜିଲାକାରାକୁ ଆଜୀବନ କାରାଦଣ୍ଡାଦେଶ ଏବଂ ଅନ୍ୟ ୨ ଜଣ ସହଯୋଗୀ ରମେଶ ତାଡିଙ୍ଗି ଓ ରାମା କଣ୍ଡାଗରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ରତୁନୁ ଜିଲାକାରା ଗ୍ରାମରେ ଗୁଣି ଗାରେଡି କରୁଥିବା ସନ୍ଦେହରେ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସରକାରୀ ଓକିଲ ଅଜିତ ପଟ୍ଟନାୟକ ମାମଲାର ପରିଚାଳନା କରୁଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ