ETV Bharat / state

ଗୁଣୁପୁର ପଥର ଖାଦାନ ବିସ୍ଫୋରଣ ଘଟଣାରେ ଆଉ 3 ଗିରଫ

ଗୁଣୁପୁର ପଥର ଖାଦାନ ବିସ୍ଫୋରଣ ଘଟଣାରେ ଆଉ 3ଜଣଙ୍କୁ ଗିରଫ କରିଛି ପୋିଲସ। ପଥର ଖାଦାନ ବିସ୍ଫୋରଣ ଯୋଗୁଁ 3ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଅଧିକ ପଢ଼ନ୍ତୁ...

ଗୁଣୁପୁର ପଥର ଖାଦାନ ବିସ୍ଫୋରଣ ଘଟଣାରେ ଆଉ 3 ଗିରଫ
ଗୁଣୁପୁର ପଥର ଖାଦାନ ବିସ୍ଫୋରଣ ଘଟଣାରେ ଆଉ 3 ଗିରଫ
author img

By

Published : Oct 27, 2020, 6:27 PM IST

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ନିକଟରେ ପଥର ଖାଦାନ ବିସ୍ଫୋରଣ ଘଟଣାରେ 3 ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି ପୋଲିସ। ଗୁଣୁପୁର ଅଞ୍ଚଳର ଓକିଲଗୁଡ଼ା ଗାଁ ପଥର ଖାଦାନରେ ବିସ୍ଫୋରଣ ହୋଇ 3 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା 2 ପୁଅ ଓ ବାପା ଫେରାର ରହିଥିଲେ। 3 ଅଭିଯୁକ୍ତଙ୍କ ଖୋଜା ଚଳାଇଥିଲା ଗୁଣୁପୁର ପୋଲିସ।

ଗୁଣୁପୁର ପଥର ଖାଦାନ ବିସ୍ଫୋରଣ ଘଟଣାରେ ଆଉ 3 ଗିରଫ

ଘଟଣାରେ ସମ୍ପୃକ୍ତ ହରିଶ ଚନ୍ଦ୍ର ଗମାଙ୍ଗ ନାମକ ଜଣେ ଅଭିଯୁକ୍ତକୁ ପୂର୍ବରୁ ଗିରଫ କରିଥିଲା ପୋଲିସ। ଏନେଇ ଆଜି ଫେରାର ଥିବା କ୍ରସର ମାଲିକ ବାପ ଘାସି ଯୋଗୀ ଓ ତାଙ୍କ ଦୁଇ ପୁଅ ପ୍ରଦୀପ ଯୋଗୀ ଏବଂ ପ୍ରତାପ ଯୋଗୀକୁ ଗିରଫ କରିଛି ଗୁଣୁପୁର ପୋଲିସ। ପ୍ରଦୀପ ଯୋଗୀ ପଥର ଖାଦାନ ଲିଜ ନେଇଥିବା ବେଳେ ବଡ଼ପୁଅ ପ୍ରତାପ ଯୋଗୀ କ୍ରସର ଦେଖାଶୁଣା କରୁଥିବା ସୂଚନା ମିଳିଛି।

ଏହାପୂର୍ବରୁ ଏହି ଘଟଣାରେ ଆଗରୁ ଗୁଣୁପୁର ତହସିଲଦାର ଓ ଜଣେ ARIଙ୍କୁ ନିଲମ୍ବିତ କରାଯାଇଥିଲା। ଗତ ଅକ୍ଟୋବର 16 ତାରିଖରେ ଗୁଣୁପୁରସ୍ଥିତ ଓକିଲଗୁଡ଼ା ଗାଁରେ ଏକ ପଥର ଖାଦାନରେ ବେଆଇନ ଭାବେ ବିସ୍ଫୋରଣ କରାଯାଇଥିଲା। ଫଳରେ ଖାଦାନରେ କାର୍ଯ୍ୟରତ 3 ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ 9ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଘାଷୀ ଯୋଗୀ ପଥର ଖାଦାନର ମାଲିକ ଓ ତାଙ୍କ ଦୁଇପୁଅ ପ୍ରଦୀପ ଯୋଗୀ, ପ୍ରତାପ ଯୋଗୀଙ୍କ ନିର୍ଦ୍ଦେଶରେ ହରିଶ ଚନ୍ଦ୍ର ଗମାଙ୍ଗ ପଥର ଖାଦାନରେ ବିସ୍ଫୋରଣ କରିଥିଲା।

ବିସ୍ଫୋରଣ ବେଳେ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ରହିଥିଲେ। ଗତ ଅକ୍ଟୋବର 20 ତାରିଖରେ ହରିଶ ଚନ୍ଦ୍ର ଗମାଙ୍ଗଙ୍କୁ ଗିରଫ କରାଯାଇଥିଲା। ଏହାପରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତଦନ୍ତ ଚଳାଇଥିଲେ। ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.