ETV Bharat / state

କଲଭର୍ଟ ଭୁଶୁଡିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, 3 ଯନ୍ତ୍ରୀ ନିଲମ୍ବିତ - କଲଭର୍ଟ ଭୁଶୁଡିବା ଘଟଣା

ଉପରସଜା ଗ୍ରାମରେ କଲଭର୍ଟ ଭୁଶୁଡିବା ଘଟଣାରେ ତିନି ଜଣ ଯନ୍ତ୍ରୀ ନିଲମ୍ବିତ । ଠିକାଦାର ବୁଗଡା ଜ୍ୟୋତି ନାମରେ ମାମଲା ରୁଜୁ । ଅଧିକ ପଢନ୍ତୁ

rayagada culvert collapse case
rayagada culvert collapse case
author img

By

Published : Aug 1, 2023, 12:51 PM IST

Updated : Aug 1, 2023, 3:48 PM IST

rayagada culvert collapse case

ରାୟଗଡ଼ା: ଉପରସଜା ଗ୍ରାମରେ କଲଭର୍ଟ ଭୁଶୁଡିବା ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଜିଲ୍ଲା ପ୍ରାଶସନ । ଗ୍ରାମ୍ୟ ନିର୍ମାଣ ବିଭାଗର ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ଠିକାଦାରଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । କଲ୍ୟାଣସିଂହପୁର ଥାନାରେ ଠିକାଦାର ବୁଗଡା ଜ୍ୟୋତି ନାମରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି । ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ମୁଦୁଲି ଓ କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ସମୟରେ କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା ନିର୍ମାଣଧିନ କଲଭର୍ଟ ଭୁଶୁଡି ପଡିଥିଲା। ଏହି ସମୟରେ କଲଭର୍ଟ ତଳେ 4 ଜଣ ଶିଶୁ ସମେତ ଜଣେ ବ୍ୟକ୍ତି ଗାଧୋଉଥିଲେ । ହଠାତ କଲଭର୍ଟ ସେଣ୍ଟ୍ରିଂ ଭୁଶୁଡି ପଡିବାରୁ 5 ଜଣଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ରାୟଗଡା ଏସ୍‌ପି ଓ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।

ଏହା ମଧ୍ୟ ପଢନ୍ତୁ-Under construction Culvert collapsed: ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଥିଲେ । ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ। ଏହି ଦୁର୍ଘଟଣା ପାଇଁ ଦାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରରେ ଭୁଶୁଡିଲା 50 ବର୍ଷର ପୁରୁଣା ପୋଲ, ଆଶା ଆଶଙ୍କାରେ ନୂତନ ନିର୍ମାଣ

ମୃତକଙ୍କ ମଧ୍ୟରେ ଦୁଇ ଭାଇ ଓ ବାପା ପୁଅ ରହିଛନ୍ତି । ୫ ମୃତକ ହେଲେ ଲକ୍ଷ୍ମୀଧର ମିଣିଆକା (୩୫), ତାଙ୍କ ପୁଅ ପ୍ରିନ୍ସ ମିଣିଆକା, ମୋନଜ କୁଲିସିରା (୭), ଚୁମାନ ମିଣିଆକା (୫), ତାର ମିଣିଆକା (୯) । ଏହା ସହିତ ଅନ୍ୟଜଣେ ଅନ୍ୱେଷ ମିଣିଆକା (୫)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ରାୟଗଡା

Last Updated : Aug 1, 2023, 3:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.