ରାୟଗଡ଼ା: କାଳବୈଶାଖୀ ପ୍ରଭାବରେ ଉଜୁଡ଼ିଲା ୧୩ଟି ପରିବାରର ନଡ଼ା ଛପର ଘର । ରବିବାର ସନ୍ଧ୍ୟାରେ କାଳବୈଶାଖୀ ଖେଳାଇଛି ତାଣ୍ଡବ ଲୀଳା । ରାୟଗଡ଼ା ଜିଲ୍ଲା ବିଷମକଟକ ତହସିଲ ଅନ୍ତର୍ଗତ ଡ଼ାକୁଲ ଗୁଡ଼ା ଗାଁରେ ରଚିଛି ଏହି ତାଣ୍ଡବ ଲୀଲା ।
ସନ୍ଧ୍ୟାରେ ଅଚାନକ ପବନ ବୋହିବା ସହ ବର୍ଷା ହେବା ଫଳରେ ଏହି ଗାଁର ୧୩ ଟି ପରିବାରର ଚାଳ ଛପର ଘର ସାଙ୍ଗକୁ କେତେକଙ୍କ ଟିଣ ଉଡ଼ି ଯାଇଛି । ପବନ ଏତେ ଜୋରରେ ବୋହିବା ଫଳରେ ଗାଁର ଦୁଇ ଯୁବକ ସାମନ୍ୟ ଆହାତ ହୋଇଛନ୍ତି । ବିଷମ କଟକ ତହସିଲଦାର ଖବର ପାଇଁ ରାଜସ୍ୱ ନୀରିକ୍ଷକଙ୍କ ମାଧ୍ୟମରେ ସେମାନଙ୍କ ରାତ୍ରି ଭୋଜନର ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ