ରାୟଗଡା:ପିତା ଗୁରୁ ମାତା ଗୁରୁ ଗୁରୁ ତ ପରମେଶ୍ଵର ଉକ୍ତିକୁ ସାକାର କରିଛନ୍ତି ଅମ୍ବାଦୋଳାର ଶିକ୍ଷକ ଅକ୍ଷୟ କୁମାର ରଥ । ପବିତ୍ର ଗୁରୁ ଦିବସରେ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗାଡିକୁ ସ୍ଵର୍ଗରଥରେ ପରିଣତ କରି ଗାଁ ପାଇଁ ଦାନ କରିବା ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଗ୍ରାମରେ।
ସ୍ଵର୍ଗତ ସୋମନାଥ ରଥ ଜଣେ ଏହି ଅଞ୍ଚଳର ଜଣାଶୁଣା ଶିକ୍ଷକ ଥିଲେ । ତାଙ୍କ ଦ୍ଵାରା ଗାଢା ଅନେକ ଛାତ୍ର ଆଜି ସମାଜର ପ୍ରତିଷ୍ଠିତ ହୋଇପାରିଛନ୍ତି । ଜୀବନର ପ୍ରଥମ ଗୁରୁ ତଥା ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶିକ୍ଷକ ଅକ୍ଷୟ କୁମାର ରଥ ଆଜି ଜୀବନର ଅନ୍ତିମ ଯାତ୍ରା ପାଇଁ ସ୍ଵର୍ଗ ରଥ ଟିଏ ଉଚ୍ଛର୍ଗ କରିଛନ୍ତି। ତାଙ୍କ ପିତା ଯିଏକି ଜଣେ ଶିକ୍ଷକ ଥିଲେ ଓ ତାଙ୍କ ବାପାଙ୍କ ମଧ୍ୟ ଇଚ୍ଛାଥିଲା ଗାଁ ପାଇଁ କିଛି କରିବାକୁ ତେଣୁ ନିଜ ବନ୍ଧୁ, ପରିବାର ସହମତିରେ ନିଜର ବ୍ୟବହୃତ ଗାଡିଟିକୁ ସ୍ଵର୍ଗ ରଥରେ ପରିଣତ କରି ଗୁରୁଦିବସ ଭଳି ଦିନରେ ଗରିବ ଲୋକଙ୍କ ପାଇଁ ଦାନ କରିଛନ୍ତି। ଅକ୍ଷୟଙ୍କ ଏଭଳି କାର୍ଯ୍ୟ ଧାରାକୁ ସଧାରଣରେ ବେଶ ପ୍ରଶଂସା କରାଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ