ETV Bharat / state

ଚାରା ଓ କୃଷି ଯନ୍ତ୍ରପାତୀ ନମିଳିବାରୁ ଉଦ୍ୟାନ କୃଷି କାର୍ଯ୍ୟାଳୟ ଘେରାଉ

author img

By

Published : Sep 4, 2020, 11:02 PM IST

ରାୟଗଡା ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ହୋହାଲ୍ଲା । ଚାରା ଓ କୃଷି ଯନ୍ତ୍ରପାତୀ ନମିଳିବାରୁ ସରକାରୀ କାର୍ଯ୍ୟାଳୟ ଘେରିଲେ ଉତ୍ୟକ୍ତ ଚାଷୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାୟଗଡ଼ା ଦ୍ୟାନ କୃଷି କାର୍ଯ୍ୟାଳୟ ଘେରାଉ
ରାୟଗଡ଼ା ଦ୍ୟାନ କୃଷି କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା: ଚାରା ଓ କୃଷି ଯନ୍ତ୍ରପାତୀ ନମିଳିବାରୁ ସରକାରୀ କାର୍ଯ୍ୟାଳୟରେ ହୋହାଲ୍ଲା । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ । ଉତ୍ୟକ୍ତ ଚାଷୀମାନେ ଉଦ୍ୟାନ କୃଷି ବିଭାଗର ଡେପୁଟି ଡାଇରେକ୍ଟର ଜଗନ୍ନାଥ ବିନ୍ଦାଣୀଙ୍କ ଗାଳୁଗୁଲଜ କରିବା ସହ ଠେଲାପେଲା କରିଥିଲେ । କାର୍ଯ୍ୟାଳୟ ପରିସରରେ କିଛି ସମୟ ପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିଲା । ପରେ ଟାଉନ୍ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ରାୟଗଡ଼ା ଦ୍ୟାନ କୃଷି କାର୍ଯ୍ୟାଳୟ ଘେରାଉ

ଚଳିତବର୍ଷ କାଶୀପୁର ବ୍ଲକରେକାଜୁ ଓ ଆମ୍ବ ଚାଷ ପାଇଁ 4ଶହ ହେକ୍ଟର ପରିମିତ ଜମିରେ ଚାଷ କରିବାର ଏକ ପ୍ରଜେକ୍ଟ ପ୍ରସ୍ତୁତ ହୋଇଥିଲା । ତେବେ ଚାଷୀମାନେ ଏହାକୁ ବିରୋଧ କରିବା ସହ ବ୍ଲକର ସମସ୍ତ ଚାଷୀ ଯେପରି ଉପକୃତ ପାଇବେ ସେନେଇ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ସପଟେ ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ପ୍ରଜେକ୍ଟ ପ୍ରସ୍ତୁତ ହେବା ପରେ ଆଉ ଅଧିକ ଚାରା ଓ କୃଷି ଯନ୍ତ୍ରପାତୀ ଦିଆଯାଇପାରିବ ନାହିଁ ବୋଲି ଡିଡିଏ କହିବାରୁ ଲୋକେ ଉତ୍ୟକ୍ତ ହୋଇଥିଲେ । ଏନେଇ ଥାନାରେ କୌଣସି ଏତଲା ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.