ETV Bharat / state

ଗୁଣ୍ଟୁର ଶ୍ରମିକ ମୃତ୍ୟୁ ଘଟଣା: ଆନ୍ଧ୍ର ଗଲେ ମୃତକଙ୍କ ପରିବାର - ଗୁଣ୍ଟୁର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଶ୍ରମିକ ମୃତ୍ୟୁ

ଆନ୍ଧ୍ରର ଚିଙ୍ଗୁଡ଼ି ଫେକ୍ଟ୍ରିରେ 6 ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣାରେ ଗୁଣ୍ଟୁର ଗଲେ ମୃତକଙ୍କ ପରିବାର ଲୋକେ । ସେପଟେ ଶ୍ରମିକଙ୍କ ମୃତଦେହକୁ ରାୟଗଡା ଜିଲ୍ଲା ଗୁଣୁପୁର ଆଣିବାପାଇଁ ସମସ୍ତ ଯୋଜନା କରିଛି ଶ୍ରମ ବିଭାଗ । ଅଧିକ ପଢ଼ନ୍ତୁ...

ଗୁଣ୍ଟୁର ଶ୍ରମିକ ମୃତ୍ୟୁ ଘଟଣା: ଆନ୍ଧ୍ର ଗଲେ ମୃତକଙ୍କ ପରିବାର

author img

By

Published : Jul 30, 2021, 10:53 PM IST

ରାୟଗଡ଼ା: ଆନ୍ଧ୍ରର ଚିଙ୍ଗୁଡ଼ି ଫେକ୍ଟ୍ରିରେ 6 ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣାରେ ଗୁଣ୍ଟୁର ଗଲେ ମୃତକଙ୍କ ପରିବାର ଲୋକେ । ସେପଟେ ଶ୍ରମିକଙ୍କ ମୃତଦେହକୁ ରାୟଗଡା ଜିଲ୍ଲା ଗୁଣୁପୁର ଆଣିବାପାଇଁ ସମସ୍ତ ଯୋଜନା କରିଛି ଶ୍ରମ ବିଭାଗ । ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାବାଣି ଦିବା ଗ୍ରାମର ଏକ ଚିଙ୍ଗୁଡ଼ି ଫେକ୍ଟ୍ରିରେ ବିଦ୍ୟୁତ ସଂସ୍ପର୍ଶରେ ଆସି 6 ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ମାନଙ୍କ ମଧ୍ୟରୁ ଜଣେ ଗୁଣୁପୁର ପୌର ଅଞ୍ଚଳ ମୋତିଲାଲ ନଗରର ନବୀନ ଶବର ବୋଲି ଜଣାପଡ଼ିଛି ।

ଗୁଣ୍ଟୁର ଶ୍ରମିକ ମୃତ୍ୟୁ ଘଟଣା: ଆନ୍ଧ୍ର ଗଲେ ମୃତକଙ୍କ ପରିବାର

ସେହିଭଳି ମୃତକଙ୍କ ମଧ୍ୟରେ ଭୀମପୁର ପଞ୍ଚାୟତ ଅନ୍ତର୍ଗତ ଝୁମ୍ପାପୁର ଗ୍ରାମର ରାମ ମୁର୍ତ୍ତି ଗମାଙ୍ଗ, ଫୁଳଫୁଟି ଗ୍ରାମାର ପାଣ୍ଡବ ଶବର, କରୁଣାକର ଶବର ଓ ମୋହନ ଶବର ରହିଥିବା ସୂଚନା ମିିଳିଛି । ମୃତକମାନେ କିଛି ମାସ ପୂର୍ବରୁ ଣ୍ଟୁର ଜିଲ୍ଲା ଲଙ୍କାବାଣି ଦିବା ଗ୍ରାମକୁ କାମ ପାଇଁ ଯାଇଥିବା ବେଳେ ଗତକାଲି(ଗୁରୁବାର) ଏହି ଅଘଟଣର ଶିକାର ହୋଇଛନ୍ତି ।

ଅପରପକ୍ଷରେ ଖବର ପାଇ ମୃତକଙ୍କ ପରିବାରବର୍ଗ ଦିବା ଗ୍ରାମ ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ମୃତ୍ୟୁର କାରଣକୁ ନେଇ ସନ୍ଦେହରେ ରହିଛନ୍ତି ମୃତକଙ୍କ ପରିବାରବର୍ଗ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ମୃତଦେହକୁ ରାୟଗଡା ଜିଲ୍ଲାର ଗୁଣୁପୁର ଆଣିବାପାଇଁ ସମସ୍ତ ପ୍ରସ୍ତୁତି କରିଥିବା କହିଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.