ETV Bharat / state

ଆମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ ଏକ୍ସପ୍ରେସ, ଅଳ୍ପକେ ଟଳିଲା ବଡ଼ ବିପଦ

ତପସ୍ୱିନୀ ଏକ୍ସପ୍ରେସ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିବା ଜଣାପଡ଼ିଛି । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯାଗୁଁ ଏକ ବଡ଼ ଧରଣର ବିପଦ ଟଳିଯାଇଥିବା କୁହାଯାଉଛି । ଅଧିକ ପଢନ୍ତୁ

author img

By

Published : Aug 10, 2023, 7:18 PM IST

ଆମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ ଏକ୍ସପ୍ରେସ

ରାୟଗଡା: ରାୟଗଡ଼ାରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି । ଥେରୁବାଲି ଷ୍ଟେସନ ଛାଡିବା ପରେ ତପସ୍ୱିନୀ ଏକ୍ସପ୍ରେସ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିବା ଜଣାପଡ଼ିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ସ୍ଥାନୀୟଲୋକ ପହଞ୍ଚି ଆମ୍ବୁଲାନ୍ସକୁ ବାହାର କରିବା ପରେ ଟ୍ରେନ୍‌ 20 ମିନିଟ ବିଳମ୍ବରେ ଛାଡିଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଥେରୁବାଲି ନିକଟ ବୃନ୍ଦାବାଡି ନିକଟରେ ଏକ ରେଳ ଫାଟକ ରହିଛି । ସବୁ ସମୟରେ ଟ୍ରାଫିକ୍‌ ସମସ୍ୟାକୁ ଆଖି ଆଗରେ ରଖି ବିକଳ୍ପ ରାସ୍ତା ତିଆରି ହେବା ପରଠାରୁ ସେହି ରାସ୍ତା ଦେଇ କୌଣସି ଯାନ ବାହନ ଚଳାଚଳ କରେ ନାହିଁ । ତେବେ ରାସ୍ତା ଖରାପ ରହିଥିବାରୁ ବେଳେବେଳେ ସେହି ଫାଟକ ରାସ୍ତାକୁ ଛୋଟ ଚାରିଚକିଆ ଯାନ ଚଳାଚଳ ପାଇଁ ବ୍ୟବହାର କରାଯାଏ । ଆଜି ଆମ୍ବୁଲାନ୍ସ ସେହି ରାସ୍ତା ଦେଇ ଯିବାବେଳେ ରେଳ ଧାରଣା ମଝିରେ ହଠାତ ଆମ୍ବୁଲାନ୍ସର ଷ୍ଟାର୍ଟ ବନ୍ଦ ହୋଇଯାଇଥିବା ଜଣାପଡିଛି । ଆଉ ସେହି ସମୟରେ ଘଟିଛି ଦୁର୍ଘଟଣା ।

ଏହା ମଧ୍ୟ ପଢନ୍ତୁ...Major train Accident Averted: ବାଲେଶ୍ବରରେ ଟଳିଲା ବଡ଼ ବିପଦ, ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ

ଏହାରି ଭିତରେ ରାୟଗଡ଼ାରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ହଠାତ ଆସି ଯାଇଥିଲା । ଏନେଇ ଦୁର୍ଘଟଣା ଘଟିବାର ଆଶଙ୍କା କରିଥିଲେ ଡ୍ରାଇଭର। ତେଣୁ ଟ୍ରେନକୁ ଅତି ନିକଟରୁ ଦେଖି ଡ୍ରାଇଭର ନିଜ ଜୀବନ ବଞ୍ଚାଇ ଆମ୍ବୁଲାନ୍ସ ଭିତରୁ ବାହାରକୁ ଡେଇଁ ପଡ଼ିଥିଲେ । ସେପଟେ ଟ୍ରେନ୍‌ ଲୋକ ପାଇଲଟ ମଧ୍ୟ ଅତି ନିକଟରୁ ଆମ୍ବୁଲାନ୍ସ ଆସୁଥିବାର ଦେଖି ସତର୍କତାର ସହିତ ବ୍ରେକ୍ ମାରିଥିଲେ । ଫଳରେ ଟ୍ରେନଟି ଆସି ଆମ୍ବୁଲାନ୍ସକୁ ସାମାନ୍ୟ ଧକ୍କା ଦେଇଥିଲା । ଏହାପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଟ୍ରେନ ସାମ୍ନାରୁ ବାହାର କରିବା ପରେ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆମ୍ବୁଲାନ୍ସଟି ବୁରୁନ୍ଦାବାଡି ଗାଁକୁ ରୋଗୀ ଆଣିବାକୁ ଯାଉଥିବା କାରଣରୁ ଆମ୍ବୁଲାନ୍ସରେ କେହି ନଥିଲେ । ଅପରପକ୍ଷରେ ଟ୍ରେନର ଲୋକୋ ପାଇଲଟ ମଧ୍ୟ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ ଅଟକାଇଥିରୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି । ହେଲେ ବିଭାଗ ତରଫରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ଅନେକ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରେ ଏଭଳି ଟ୍ରେନ ଦୁର୍ଘଟଣା ଘଟୁଥିବା ନଜର ଆସୁଛି । ତେବେ ଦୁର୍ଘଟଣା ରୋକିବାକୁ ବିଭାଗ ପକ୍ଷରୁ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.