ETV Bharat / state

ସଙ୍କଟରେ ଧୂଆଁପତ୍ର ଚାଷ, ଚିନ୍ତାରେ ଚାଷୀ

ଦିନ ଥିଲା ଭର୍ଜନିଆ ଟବାକୋ ପାଇଁ ବେଶ ନା କମେଇଥିଲେ ରାୟଗଡ଼ାର ରାମନାଗୁଡ଼ାର ଚାଷୀ । କିନ୍ତୁ ପ୍ରୋତ୍ସାହନ ଅଭାବ ସାଙ୍ଗକୁ ଇଣ୍ଡିଆନ ଟବାକୋ ବୋର୍ଡର କଟକଣା ଯୋଗୁଁ ଆସନ୍ତା ବର୍ଷରୁ ବନ୍ଦ ହେବ ଧୂଆଁପତ୍ର ଚାଷ । ରୋଜଗାର ହରାଇବା ଚିନ୍ତାରେ ଏବେ ରାୟଗଡା ଧୂଆଁପତ୍ର ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାୟଗଡା
author img

By

Published : Apr 22, 2019, 2:45 PM IST

ରାୟଗଡା: ଦିନ ଥିଲା ଭର୍ଜନିଆ ଟବାକୋ ପାଇଁ ବେଶ ନାଁ କମେଇଥିଲେ ରାୟଗଡ଼ାର ରାମନାଗୁଡ଼ାର ଚାଷୀ। କିନ୍ତୁ ପ୍ରୋତ୍ସାହନ ଅଭାବ ସାଙ୍ଗକୁ ଇଣ୍ଡିଆନ ଟବାକୋ ବୋର୍ଡର କଟକଣା ଯୋଗୁଁ ଆସନ୍ତା ବର୍ଷରୁ ବନ୍ଦ ହେବ ଧୂଆଁପତ୍ର ଚାଷ । ରୋଜଗାର ହରାଇବା ଚିନ୍ତାରେ ଏବେ ରାୟଗଡା ଧୂଆଁପତ୍ର ଚାଷୀ । ପୂର୍ବରୁ ଚାଷୀଙ୍କ ଉତ୍ପାଦିତ ଧୂଆଁପତ୍ରକୁ ଲାଇସେନ୍ସ ପ୍ରାପ୍ତ ଭେଣ୍ଡରଙ୍କ ମାଧ୍ୟମରେ ନାମିଦାମୀ ସିଗାରେଟ କମ୍ପାନୀମାନେ କିଣୁଥିଲେ । କିନ୍ତୁ ୨୦୦୦ ମସିହା ଠାରୁ ଉକ୍ତ ପ୍ଲାଟଫର୍ମକୁ ଆନ୍ଧ୍ରପ୍ରଦେଶର ଦେବରପଲ୍ଲୀ ଏବଂ ରାଜମେହେନ୍ଦ୍ରିକୁ ସ୍ଥାନାନ୍ତର କରାଯାଉଥିଲା । ଆଉ ସେହିଦିନ ଠାରୁ ଧିରେ ଧିରେ ଏହି ଚାଷରୁ ଚାଷୀଙ୍କ ମୁହଁ ଫେରାଇ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ରାୟଗଡା

କେବଳ ରାମନାଗୁଡ଼ା ନୁହେଁ ଜିଲ୍ଲାର ଅନ୍ୟାନ୍ୟ ବ୍ଳକ ସମେତ ପଡ଼ୋଶୀ କୋରାପୁଟ, କଳାହାଣ୍ଡି ଏବଂ ଫୁଲବାଣୀର ଅନେକ ଚାଷୀ ଏହି ଚାଷକୁ ଜୀବିକା ରୂପେ ବାଛି ନେଇଥିଲେ । କିନ୍ତୁ ଏହି ଚାଷପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କାଣିଚାଏଁ ମଧ୍ୟ ସହଯୋଗ ମିଳିନଥିଲା । ତେଣୁ ଆନ୍ଧ୍ରପ୍ରଦେଶରେ ଥିବା କିଛି ବ୍ୟାଙ୍କ କମ୍ ସୁଧରେ ଚାଷୀଙ୍କୁ ଋଣ ଯୋଗାଇଥିଲେ । ଏପରିକି ଏକର ପିଛା ଧୂଆଁପତ୍ର ଚାଷ ପାଇଁ ଚାଷୀ ୮୦ରୁ ଲକ୍ଷେ ଟଙ୍କା ଖର୍ଚ୍ଚ କରିଥାଏ। ତେବେ ହିସାବ କଲେ ବରାବର ହେବାତ ଦୂରର କଥା ବରଂ କ୍ଷତି ସହୁଛି ବୋଲି ଅଭିଯୋଗ କରୁଛନ୍ତି ଚାଷୀ ।

ସେପଟେ ଆନ୍ଧ୍ରର ଦେବରପଲ୍ଲୀ ଏବଂ ରାଜମେହେନ୍ଦ୍ରି ପ୍ଲାଟଫର୍ମକୁ ଉତ୍ପାଦିତ ଧୂଆଁପତ୍ରକୁ ବିକ୍ରି ପାଇଁ ନେଲେ ସପ୍ତାହ ସପ୍ତାହ ଅପେକ୍ଷା କରିବାକୁ ପଡ଼ିଥାଏ ବୋଲି କହିଛନ୍ତି ଚାଷୀ । ଧୂଆଁପତ୍ର ଚାଷ ବନ୍ଦ ହେଲେ କିପରି ଜୀବିକା ନିର୍ବାହ କରିବେ ଏଠିକାର ଚାଷୀ। କିଏ ଭରିବ ସେମାନଙ୍କର କ୍ଷତି। କେମିତି ଚାଲିବ ପରିବାର । ଏଭଳି ଅନେକ ପ୍ରଶ୍ନରେ ଘାଣ୍ଟି ହେଉଛନ୍ତି ଚାଷୀ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.