ETV Bharat / state

ଗୁଣିଗାରେଡି ସନ୍ଦେହରେ ଦୁଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ - ରାୟଗଡାରେ ଗୁଣିଗାରେଡି

ରାୟଗଡା ସହର ଉପକଣ୍ଠରେ ଥିବା ମାଙ୍କଡ଼ଝୋଲା ଗ୍ରାମରେ ଗୁଣିଆ ସନ୍ଦେହରେ ଦୁଇ ଭଭଣୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗାଁ ଲୋକେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

black magic
ଗୁଣିଆ ସନ୍ଦେହରେ ଦୁଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ
author img

By

Published : Jan 29, 2020, 11:54 PM IST

ରାୟଗଡା: ଗୁଣିଗାରେଡି ସନ୍ଦେହରେ ଦୁଇ ଭଭଣୀଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ସହର ଉପକଣ୍ଠରେ ଥିବା ମାଙ୍କଡ଼ଝୋଲା ଗ୍ରାମରେ । ଜଣେ ବ୍ୟକ୍ତି ପକ୍ଷାଘାତରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେହି ଗାଁର ଦୁଇ ଭଉଣୀ ଗୁଣିଗାରେଡି କରିଥିବା ସନ୍ଦେହରେ ଗାଁ ଲୋକେ ତାଙ୍କୁ 12 ଘଣ୍ଟା ନିର୍ଯ୍ୟାତନା ଦେବା ସହ ମରଣାନ୍ତକ ଆକ୍ରଣ କରିଛନ୍ତି ।

ଗୁଣିଆ ସନ୍ଦେହରେ ଦୁଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁଯାୟୀ, ଆଜି ସକାଳେ ସନ୍ତୋଷ ଜାନି ନାମକ ଜଣେ ବ୍ୟକ୍ତି ପକ୍ଷାଘାତରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଗୁଣିଆ କରିଥିବା ସନ୍ଦେହରେ ଗାଁ ଲୋକେ ଦୁଇ ମହିଳା ସବିତା ଯାନୀ, ଗାଲମା ମୁଦୁଲିଙ୍କୁ ଘର ଭିତରୁ ଟାଣି ନେଇ ନିସ୍ତୁକ ମାଡ଼ ମାରିବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ରାୟଗଡା ଟାଉନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ମୁତୟନ କରାଯାଇଥିବା ରାୟଗଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସକୁ କୌଣସି ସଫଳତା ମିଳିନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଗୁଣିଆ ସନ୍ଦେହରେ ଦୁଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣBody:ପକ୍ଷାଘାତରେ ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁପରେ ଗ୍ରାମର ଦୁଇ ମହିଳା ଗୁଣିଆ କରିଥିବା ସନ୍ଦେହରେ 12 ଘଣ୍ଟା ନିର୍ଯ୍ୟାତନା ଦେବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଏଭଳି ଅଭାବନିୟ ଘଟଣା ଘଟିଛି ରାୟଗଡ ସହର ଉପକଣ୍ଠ ରେ ଥିବା ମାଙ୍କଡ଼ଝୋଲା ଗ୍ରାମରେ । ସୂଚନା ଅନୁଯାୟୀ ଆଜି ସକାଳେ ସନ୍ତୋଷ ଜାନି ନାମକ ଜଣେ ବ୍ୟକ୍ତି ପକ୍ଷାଘାତରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ , ପରେ ସେ ମୃତ୍ୟୁ ବରଣ କରିଥିଲେ। ଏହାକୁ ନେଇ ଗୁଣିଆ କରିଥିବା ସନ୍ଦେହରେ ଗ୍ରାମର ଲୋକେ ଦୁଇ ମହିଳା ସବିତା ଯାନୀ,ଗାଲମା ମୁଦୁଲିଙ୍କୁ ଘର ଭିତରୁ ଟାଣି ନେଇ ନିସ୍ତୁକ ମାଡ଼ ମାରିବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ରାୟଗଡା ଟାଉନ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଧାର କରି ଜିଲ୍ଲା ମୁଖ୍ୟା ଚିକିଛାଳୟରେ ଭର୍ତି କରି ଚିକିତ୍ସା କରିଛି । ଗାଁରେ ଚାପ ଉତେଜନା ଲାଗିରହିଥିବାରୁ ସେଠାରେ ପୋଲିସ ମୁତୟନ କରାଯାଇଥିବା ରାୟଗଡ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ବର୍ତମାନ ସୁଦ୍ଧା ଏହି ମାମଲାରେ ଅଭିଯୁକ୍ତ ଗିରଫ କରିବାରେ ସଫଳ ହୋଇନି ପୁଲିସ । Conclusion:ଗୁଣିଆ ସନ୍ଦେହରେ ଦୁଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.