ETV Bharat / state

ପାଠପଢାରେ ଦାଉ ସାଧିଲା ଅନଲାଇନ ଶିକ୍ଷା, ମୋବାଇଲ କିଣିବା ପାଇଁ ମାଣ୍ଡିଆ କାଟିଲେ ପିଲେ

author img

By

Published : Dec 7, 2020, 1:30 PM IST

ପାଠପଢାରେ ଦାଉ ସାଜିଲା ଅନଲାଇନ ଶିକ୍ଷା । ଅର୍ଥ ଅଭାବରୁ ଅନଲାଇନ ଶିକ୍ଷା ପାଇଁ କିଣିପାରିଲେନି ମୋବାଇଲ୍‌ । ମାଣ୍ଡିଆ କାଟି ମୋବାଇଲ କିଣିବାକୁ ଅଣ୍ଟା ଭିଡିଛନ୍ତି ରାୟଗଡା ଜିଲ୍ଲା ଜାମୁଲିମା ଗାଁର ରୋହିତ ବିଡିକା ଓ ମୋନିକା ବିଡିକା । ଦେଖନ୍ତୁ ଏହି ରିପୋର୍ଟ...

ଅନଲାଇନ ଶିକ୍ଷା
ଅନଲାଇନ ଶିକ୍ଷା

ରାୟଗଡା: କୋରୋନା ମହାମାରୀ ସମୟରେ ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହେଲାଣି । ସ୍କୁଲ ପାଠପଢା ଛାଡି ଏବେ ଅନଲାଇନରେ ପଢିବା ଭରସା ସାଜିଛି । ହେଲେ ସମସ୍ତଙ୍କ ଭାଗ୍ୟରେ ଜୁଟୁନି ଅନଲାଇନ ପାଠପଢା । ବାଧକ ସାଜିଛି ମୋବାଇଲ । ଫଳରେ ମୋବାଇଲ ଟିଏ ପାଇଁ ପିଲାଙ୍କୁ ଶେଷରେ ମାଣ୍ଡିଆ ବିଲରେ କାମ କରିବାକୁ ପଡୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ହଲୁଆ ପଞ୍ଚାୟତର ଜାମୁଲିମା ଗାଁରେ ।

ଅନଲାଇନ ଶିକ୍ଷା

ମନରେ ପାଠ ପଢିବାର ଆଶା । ହେଲେ ଦାଉ ସାଜୁଛି ଦରିଦ୍ର ଜୀବନ । ଅନଲାଇନ କାଳରେ ମୋବାଇଲ ବିନା ଶିଖିବାର ଆଶା, ଆଶାରେ ହିଁ ରହିଯାଉଛି । ଯାହାକୁ ପୂରଣ କରିବାକୁ ନିଜେ ଅଣ୍ଟା ଭିଡିଛନ୍ତି ଜାମୁଲିମା ଗାଁର ରୋହିତ ବିଡିକା ଓ ମୋନିକା ବିଡିକା।

ରୋହିତ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ମୋନିକା ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ହେଲେ କୋରୋନା ପାଇଁ ସବୁକିଛି ଅନଲାଇନରେ ଚାଲୁଥିବାରୁ ଏମାନଙ୍କ ପାଠପଢାରେ ଡୋରି ଲାଗିଯାଇଛି । ଯାହାର ଭରଣା ପାଇଁ ମାଣ୍ଡିଆ ବିଲ, ଧାନବିଲ ଠୁ ଆରମ୍ଭ କରି କପା ବିଲରେ କାମ କରି ମୋବାଇଲ କିଣିବାକୁ ଇଚ୍ଛା ରଖିଛନ୍ତି । ସେହି ମୋବାଇଲରେ ପାଠ ପଢି ଆଗକୁ ଯିବାର ସ୍ବପ୍ନ ବି ଦେଖୁଛନ୍ତି ।

ମୋନିକାଙ୍କ ପରିବାର କହିଲେ ବାପା ଆନନ୍ଦ ବିଡିକାଙ୍କ ସହିତ 8 ପ୍ରାଣୀ କୁଟୁମ୍ବ । ଯାହାଙ୍କୁ ପୋଷିବା କାଠିକର ପାଠ ହେଉଥିବାବେଳେ ମୋବାଇଲ ଆଣି କିପରି ପିଲାଙ୍କୁ ପଢାଇବେ ସେହି ଚିନ୍ତାରେ ଆନନ୍ଦ ରହୁଛନ୍ତି । ଏହାକୁ ଦେଖି ଦୁଇ ପିଲା ନିଜେ ନିଜ ପାଇଁ ବାଟ ଖୋଜି ଏପରି ଉପାୟ ପାଇଛନ୍ତି । ପର ଜମିରେ ମୁଲଲାଗି ମୋବାଇଲଟିଏ କିଣିବାକୁ ଇଚ୍ଛା ରଖିଥିବାବେଳେ ଲକଡାଉନ କାଳରୁ ପାଠ ପଢା ବନ୍ଦ ହୋଇଯାଇଛି । ଖାଲି ଏହି ଦୁଇ ପିଲା ନୁହଁନ୍ତି ଏପରି ଅନେକ ପିଲା ଆର୍ଥିକ ଅନଟନ କାରଣରୁ ମୋବାଇଲ କିଣି ନପାରି ପାଠପଢା ଛାଡିଛନ୍ତି । ଯାହା ସରକାରଙ୍କ ଅନଲାଇନ ଶିକ୍ଷାର ଅସଲ ଚିତ୍ରକୁ ପଦାରେ ପକାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.