ରାୟଗଡା: ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା, ନାବାଳିକା ଗଣଦୁଷ୍କର୍ମ, ମହିଳା ଚାଲାଣ ତଥା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ରାୟଗଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡେପୁଟି କଲେକ୍ଟରଙ୍କୁ ପ୍ରଦାନ କରିଛନ୍ତି ।
ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ହୋଇଥିବା ଏହି ବିକ୍ଷୋଭରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ । କର୍ମୀମାନେ ସରକାର ବିରୋଧୀ ନାରା ଦେଇ ଧାରଣାରେ ବସି ରହିଛନ୍ତି । ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଭ୍ୟା ରତ୍ନମଣି ଉଲାକ, ପିସିସି ସମ୍ପାଦକ ଅପୁଲସ୍ବାମୀ କାଡ୍ର।କାଙ୍କ ସହ ଅନେକ କଂଗ୍ରେସ ନେତା ଯୋଗ ଦେଇ ରାଜ୍ୟ ସରକାରଙ୍କ ତୀବ୍ର ନିନ୍ଦା କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ