ETV Bharat / state

କୁଣ୍ଡାବର ପ୍ରଥା: ବିବାହ ବନ୍ଧନରେ ବାନ୍ଧି ହୁଏ କଅଁଳ ଶିଶୁ - ପରମ୍ପରା ନାଁରେ ଅନ୍ଧବିଶ୍ବାସ

ପରମ୍ପରା ନାଁରେ ଅନ୍ଧବିଶ୍ବାସ । ଏବେବି ବଞ୍ଚିଛି ପିଲା କନିଆ ବିବାହ ବା କୁଣ୍ଡାବର ପ୍ରଥା । ବିବାହ ଶବ୍ଦର ଅର୍ଥ ବୁଝିନଥିବା କୋମଳମତି ଶିଶୁଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଉଛି । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର...

କୁଣ୍ଡାବର ପ୍ରଥା: ବିବାହ ବନ୍ଧନରେ ବାନ୍ଧି ହୁଏ କଅଁଳ ଶିଶୁ
କୁଣ୍ଡାବର ପ୍ରଥା: ବିବାହ ବନ୍ଧନରେ ବାନ୍ଧି ହୁଏ କଅଁଳ ଶିଶୁ
author img

By

Published : Feb 11, 2020, 11:41 AM IST

Updated : Feb 11, 2020, 3:30 PM IST

ରାୟଗଡା: ପରମ୍ପରା ନାଁରେ ଅନ୍ଧବିଶ୍ବାସ । ଏବେବି ବଞ୍ଚିଛି ପିଲା କନିଆ ବିବାହ ବା କୁଣ୍ଡାବର ପ୍ରଥା । ବିବାହ ଶବ୍ଦର ଅର୍ଥ ବୁଝିନଥିବା କୋମଳମତି ଶିଶୁଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଉଛି । ବର୍ଷବର୍ଷ ଧରି କୂଳର ଚଳଣୀ ହେଉ କିମ୍ବା ସାମାଜିକ କଟକଣା ହେଉ ବା ବାସନ୍ଦର ଦ୍ବାହି ଦେଇ ପରିବାର ଲୋକେ ଏଭଳି ଏକ ଅନ୍ଧବିଶ୍ବାସକୁ ଜାବୁଡି ଧରିଛନ୍ତି। ତେବେ ଚାଲନ୍ତୁ ଦେଖିବା ରାୟଗଡାର ଏମିତି ଏକ ଗାଁର କାହାଣୀ।

କୁଣ୍ଡାବର ପ୍ରଥା: ବିବାହ ବନ୍ଧନରେ ବାନ୍ଧି ହୁଏ କଅଁଳ ଶିଶୁ

ହାତରେ 3 ରୁ 4 ମାସର କୁନିଶିଶୁକୁ ଜାବୁଡି ଧରିଛି ମାଆ । ଅନ୍ୟପଟେ ମନ ବି ଜାବୁଡି ଧରିଛି ପରମ୍ପରା ନାଁରେ ଥିବା ଅନ୍ଧବିଶ୍ବାସକୁ । ଏ ଚିତ୍ର ରାୟଗଡା ଜିଲ୍ଲା କୋଲାନରା ବ୍ଳକ ଅନ୍ତର୍ଗତ ଗୌଡ ଲେଲିବାଡି ଗାଁର । 50ଟି ମଗଦା ଗୌଡ ପରିବାରକୁ ନେଇ ଏହି ଗାଁ ଦାଣ୍ଡ ଏବେ ଢ଼ୋଲ ନିଶାଣ, ମହୁରୀ, ଟାମକର ଶବ୍ଦରେ କମ୍ପି ଉଠୁଛି । ଆଉ ଗୋଡକୁ ଗୋଡ ଛନ୍ଦି, ତାଳକୁ ତାଳ ମିଶାଇ ନାଚିଚାଲିଛନ୍ତି ସମସ୍ତେ । ହେଲେ ଏମିତି ନାଚଗୀତ ଏହି କୁନି କୁନି ଶିଶୁଙ୍କ ବାହାଘର ବା କୁଣ୍ଡାବର ପାଇଁ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ମଗଦା ଗୌଡ ସମ୍ପ୍ରଦାୟର ବିଶ୍ବାସ ଝିଅଟିଏ ବିବାହ ପୂର୍ବରୁ ରଜସ୍ବଳା ହେଲେ ଏହା ପରିବାର ଏବଂ ଗାଁ ପ୍ରତି ଅମଙ୍ଗଳ ହୋଇଥାଏ । ଆଉ ନିଜ ଶିଶୁକୁ ଏମିତି ଅମାଙ୍ଗଳିକ ର ଆଖ୍ୟା ଦେବା ଆଗରୁ ଏହା ହେଉଛି ତାର ପୂର୍ବ ପ୍ରସ୍ତୁତି।

ଏହି ସମ୍ପ୍ରଦାୟର 5 ରୁ 10 ବର୍ଷ ଭିତରେ ଝିଅଟିକୁ ବିବାହ ଦେବା ପ୍ରଥା କେଉଁ ଆବାହମାନ କାଳରୁ ରହିଆସିଛି । ବିବାହର ମାନେ ଜାଣିନଥିବା ଝିଅ ଯଦି ଏହି ପ୍ରତୀକ ବିବାହ ପୂର୍ବରୁ ରଜସ୍ବଳା ହୁଏ ତାର ଆଉ ସମାଜରେ ଆବଶ୍ୟକତା ନଥାଏ । ଅମଙ୍ଗଳ ଭାବି, ପୂର୍ବ ପୁରୁଷଙ୍କ ଆଜ୍ଞାକୁ ପାଳନ କରି ଏକ ବିରାଟ ପଟୁଆରରେ ନିଶାଚର କାଳରେ ଜଙ୍ଗଲରେ ଛାଡି ଦିଆଯିବାର ବିଧି ମଧ୍ୟ ରହିଛି । ତେଣୁ ସମାଜ ଏବଂ ପରମ୍ପରାର ଭୟରେ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସଭିଁଏ ବାଧ୍ୟ ହୁଅନ୍ତି ଏହି ପିଲାକନିଆ ବିବାହ ବା କୁଣ୍ଡାବର ପ୍ରଥାକୁ ପାଳନ କରିବାକୁ ।

ଏକ ନିୟମିତ ବ୍ୟବଧାନରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଯୁଗଯୁଗ ଧରି ଏହି ବାଲ୍ୟ ବିବାହ ପ୍ରଥା ବଞ୍ଚିରହିଛି । ହେଲେ ଆଜିର ସମାଜରେ ମଣିଷ ଜହ୍ନରେ ଘର କରିବା ସ୍ବପ୍ନ ଦେଖୁଥିବା ବେଳେ ଏମିତି ଏକ ଅନ୍ଧବିଶ୍ବାସର ପରମ୍ପରାକୁ ନେଇ ସଚେତନ କରିବା ଜରୁରୀ ନୁହେଁ କି ?

ରାୟଗଡାରୁ ରଞ୍ଜନ ରଥଙ୍କ ରିପୋର୍ଟ, ଇଟିଭି ଭାରତ

Intro:ପରମ୍ପରା ନାମରେ ଅନ୍ଧବିଶ୍ୱାସ , ଏବେବି ବଚିଂଛି ପିଲା କନିଆ ବିବାହ ବା କୁଣ୍ଡାବର ପ୍ରଥାBody:
ଏବେବି ପରମ୍ପରା ନାମରେ ଅନ୍ଧବିଶ୍ୱାସ ଉଦଜିବୀତ ହୋଇ ରହିଛି । ବିବାହ ଶବ୍ଦର ଅର୍ଥ ବୁଝିନଥିବା କୋମଳ ମତି ଶିଶୁଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଉଛି । ବର୍ଷବର୍ଷ ଧରି କୂଳର ଚଳଣୀ ହେଉ କିମ୍ବା ସାମାଜିକ କଟକଣା ବା ବାସନ୍ଦର ଦ୍ୱାହିଦେଇ ପରିବାର ଲୋକେ ଏଭଳି ଏକ ଅନ୍ଧବିଶ୍ୱାସକୁ ଆପଣାଇ ନେଉଛନ୍ତି । ଆଉ ଏକ ନିୟମିତ ବ୍ୟବଧାନରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଯୁଗଯୁଗ ଧରି ଏହି ବାଲ୍ୟ ବିବାହ ପ୍ରଥା ବଚିଂରହିଛି । ଏହେଉଛି ରାୟଗଡା ଜିଲା କୋଲାନରା ବ୍ଳକ ଅନ୍ତର୍ଗତ ଗୌଡ ଲେଲିବାଡି ଗ୍ରମ । ଏହି ଗାଁରେ ୫୦ଟି ମଗଦା ଗୌଡ ପରିବାର ବସବାସ କରନ୍ତି । ହେଲେ ଗୌଡ ଲେଲିବାଡି ଗାଁ ଦାଣ୍ଡ ଏବେ ଢ଼ୋଲ ନିଶାଣ, ମହୁରୀ, ଟାମକର ଶବ୍ଦରେ କମ୍ପି ଉଠୁଛି । ତା ସାଙ୍ଗକୁ ବାଦ୍ୟର ତାଳେତାଳେ ନାଚଗିତ, ଭୋଜିଭାତ ଏବଂ ରୋଷଣି ଭିତରେ ଗାଁଟା ସାରା ଫାଟି ପଡ଼ୁଛି ।
Conclusion:ମଗଦା ଗୌଡ ସମ୍ପ୍ରଦାୟରେ ବିଶ୍ୱାଷ ରହିଛିଯେ, ଝିଅଟିଏ ବିବାହ ପୂର୍ବରୁ ଗୃହଯୋଗ୍ୟ ହେଲେ ଏହା ପରିବାର ଏବଂ ଗାଁ ପ୍ରତି ଅମଙ୍ଗଳ ହୋଇଥାଏ । ତେଣୁ ଗୃହଯୋଗ୍ୟ ପୁର୍ବରୁ ୫ ରୁ ୧୦ବର୍ଷ ଭିତରେ ଝିଅଟିକୁ ବିବାହ ଦେବା ପରମ୍ପରା ମଗଦା ଗୌଡଙ୍କ ଭିତରେ କେଉଁ ଆବହମାନ କାଳରୁ ରହିଆସିଅଛି । କେବଳ ସେତିକି ନୁହେଁ ଜଣେ ଝିଅ ବିବାହ ପୂର୍ବରୁ ଗୃହଯୋଗ୍ୟା ହେଲେ ସେ ସମାଜ ଭିତରେ ରହିପାରିବା ନାହିଁ । ସେ ପରିବାର ପାଇଁ ଅମଙ୍ଗଳ । ତେଣୁ ପୂର୍ବାପୂରୁଷଙ୍କ କଥାକୁ ପାଳନ ପୂର୍ବକ ତଥା ସମ୍ପ୍ରଦାୟର ଚଳଣୀ ଅନୁଯାଇ ସମ୍ପୃକ୍ତ ଝିଅକୁ ଗୃହଯୋଗ୍ୟା ହେବା ସଙ୍ଗେସଙ୍ଗେ ମହିଳା ଓ ପୁରୁଷ ମାନେ ଏକ ପଟୁଆରରେ ଝିଅଟିକୁ ଜଙ୍ଗଲ ଭିତରକୁ ନେଇ ରାତିଅଧିଆ ଗାଁ ଠାରୁ ବହୁ ଦୂରରେ ଶୁନସାନ ଜଙ୍ଗଲ ଭିତରେ ଛାଡି ଦିଆଯିବାର ବିଧି ରହିଛି । ତେଣୁ ସମାଜ ଏବଂ ପରମ୍ପରାର ଭୟରେ ଗରିବ ଠାରୁ ଧନି ପର୍ଯ୍ୟନ୍ତ ବାଧ୍ୟ ହୁଅନ୍ତି ଏହି ବ୍ୟୟବହୁଳ ପିଲାକନିଆ ବିବାହା ବିଧିକୁ ପାଳନ କରିବାକୁ ।
ବାଇଟ - ୧ - ଜୟ କଟାଂବଂଶ ( ପୂଜକ ) ଗେରୁଆବସ୍ତ୍ର ପିନ୍ଧିଥିବା ବ୍ୟକ୍ତି
ବାଇଟ - ୨ - ମାନସୀ ନାଗବଂଶ (ଗୌଡ ଲେଲିବାଡି , ବାସିନ୍ଦା ) ମହିଳା
ବାଇଟ - ୩- ତ୍ରପତୀ କଟାଂବଂଶ (ଗୌଡ ଲେଲିବାଡି , ବାସିନ୍ଦା ) ଯୁବକ ।
Last Updated : Feb 11, 2020, 3:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.