ETV Bharat / state

ରାୟଗଡାରେ ମାତିଲେ ଲୁଟେରା, ଦୁଇଟି ଦୋକାନରୁ ନେଇଗଲେ ୧୫ ଲକ୍ଷର ମୋବାଇଲ - ରାୟଗଡାରେ ମାତିଲେ ଲୁଟେରା

ରାୟଗଡାରେ ମାତିଲେ ଲୁଟେରା । ରାୟଗଡା ସହରର ଶାରଳା ଛକରେ ଥିବା ଦୁଇଟି ମୋବାଇଲ ଦୋକାନରୁ ୧୫ ଲକ୍ଷ ଟଙ୍କାର ମୋବାଇଲ ଚୋରି । ଅଧିକ ପଢନ୍ତୁ

ରାୟଗଡାରେ ମାତିଲେ ଲୁଟେରା, ଗୋଟେ ରାତିରେ ୧୫ ଲକ୍ଷ ଟଙ୍କାର ମୋବାଇଲ ଚୋରି

author img

By

Published : Feb 18, 2022, 10:20 AM IST

ରାୟଗଡା: ରାୟଗଡାରେ ମାତିଲେ ଲୁଟେରା । ରାୟଗଡା ସହରର ଶାରଳା ଛକରେ ଥିବା ଦୁଇଟି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି । ଲୁଟେରାମାନେ ଲୁହା ଗ୍ରୀଲକୁ ଗ୍ୟାସ ୱେଲଡରରେ କାଟିବା ପରେ ଦୋକାନ ପଛପାର୍ଶ୍ବ କାନ୍ଥ ଭାଙ୍ଗି ଭିତରେ ପଶି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ୍ ଚୋରି କରି ନେଇଛନ୍ତି।

ରାୟଗଡାରେ ମାତିଲେ ଲୁଟେରା, ଗୋଟେ ରାତିରେ ୧୫ ଲକ୍ଷ ଟଙ୍କାର ମୋବାଇଲ ଚୋରି

ସୂଚନାଅନୁସାରେ, ଜୟ ମା ସାରଳା ମୋବାଇଲ୍ ପଏଣ୍ଟ୍ ଓ କ୍ରିଷ୍ଣା ମୋବାଇଲ୍ ଦୋକାନର ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଗତକାଲି(ଗୁରବାର) ବିଲମ୍ବିତ ରାତିରେ ଲୁଟେରାମାନେ ଲୁହା ଗ୍ରିଲକୁ ଗ୍ୟାସ ୱେଲଡରରେ କାଟିବା ପରେ ଦୋକାନ ପଛପାର୍ଶ୍ବ କାନ୍ଥ ଭାଙ୍ଗି ଭିତରେ ପଶି ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ୍ ଚୋରି କରି ନେଇଛନ୍ତି । ଜୟ ମା ଶାରଳା ମୋବାଇଲ ଦୋକାନରୁ ପାଖାପାଖି ୫ ଲକ୍ଷ ଓ କ୍ରିଷ୍ଣା ମୋବାଇଲ ଦୋକାନରୁ ୮ରୁ ୯ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ସୂଚନା ରହିଛି ।

ସକାଳେ ଦୋକାନ ଖୋଲିବା ପରେ ଚୋରି ସଂପର୍କରେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ ଦୋକାନ ମାଲିକ। ଖବର ପାଇ ରାୟଗଡ଼ା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋକାନ ଏବଂ ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରି ଲୁଟେରାଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.