ETV Bharat / state

ଶିକ୍ଷାନୀତିକୁ ଚେତାବନୀ: ଦଶମ ପରୀକ୍ଷା ଭଳି ପତ୍ର ବିନିମୟ ମାଧ୍ୟମ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେଉ - ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ବିରୋଧ

ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ଖୋଲା ଚେତାବନୀ । ପତ୍ର ବିନିମୟ ମାଧ୍ୟମ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ମାର୍କ ଦେଇ ପାସ ପାଇଁ ଦାବି କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଶିକ୍ଷା ନୀତିକୁ ଖୋଲା ଚେତାବନୀ: ଦଶମ ପରୀକ୍ଷୀ ଭଳି ପତ୍ର ବିନିମୟ ମାଧ୍ୟମ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେଉ

author img

By

Published : Jun 22, 2021, 10:46 AM IST

ରାୟଗଡା: ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ଖୋଲା ଚେତାବନୀ । ପତ୍ର ବିନିମୟ ମାଧ୍ୟମ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ମାର୍କ ଦେଇ ପାସ ପାଇଁ ଦାବି କଲେ ଛାତ୍ରଛାତ୍ରୀ । ଚଳିତ ବର୍ଷ 2020-21ରେ ପତ୍ର ବିନିମୟ ଶିକ୍ଷା ମାଧ୍ୟମ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଶିକ୍ଷାନୀତି ଏବଂ ବୈମାତୃକ ମନୋଭାବକୁ ତୀବ୍ର ନିନ୍ଦା କରିଛନ୍ତି ଛାତ୍ରଛାତ୍ରୀ ।

ଶିକ୍ଷା ନୀତିକୁ ଖୋଲା ଚେତାବନୀ: ଦଶମ ପରୀକ୍ଷୀ ଭଳି ପତ୍ର ବିନିମୟ ମାଧ୍ୟମ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେଉ

ଓଡିଶା ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦଶମ ଶ୍ରେଣୀର ବୋର୍ଡ଼ ପରୀକ୍ଷା ବାତିଲ କରିବା ସହ ସେମାନଙ୍କୁ ସର୍ବନିମ୍ନ ମାର୍କ ଦେଇ ପାସ୍ କରିବାକୁ ଘୋଷଣା କରିଥିବା ବେଳେ ପତ୍ର ବିନିମୟ ମାଧ୍ୟମ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଘୋଷଣା କରିଛନ୍ତି ।

ତେଣୁ, ଚଳିତ ବର୍ଷ 2020-21 ବର୍ଷରେ ସମସ୍ତ ପତ୍ର ବିନିମୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦଶମ ଶ୍ରେଣୀ ବୋର୍ଡ଼ ଭଳି ସେମାନଙ୍କୁ ମଧ୍ୟ ସମାନ ସୁଯୋଗ ଦେବା ପାଇଁ ଆଜି(ସୋମବାର) ଶତାଧିକ ପତ୍ର ବିନିମୟରେ ନାମ ଲେଖିଥିବା ଛାତ୍ରଛାତ୍ରୀ ମାନେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ଶୋଭା ଯାତ୍ରାରେ ଆସି କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୁଣୁପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଏହି ଦାବି ପତ୍ରକୁ ସହକାରୀ ଜିଲ୍ଲାପାଳ ସୁଶାନ୍ତ ନାୟକ ଗ୍ରହଣ କରିଥିଲେ । ଯଦି ରାଜ୍ୟ ସରକାର ସେମାନଙ୍କ ଦାବି ନମାନନ୍ତି ତାହେଲେ ଆଗାମୀ ଦିନରେ ସେମାନେ ରାଜ ରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ଖୋଲା ଚେତାବନୀ ପତ୍ର ବିନିମୟ ମାଧ୍ୟମ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ମାର୍କ ଦେଇ ପାସ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.