ରାୟଗଡା: ସ୍ଵତନ୍ତ୍ର ଟ୍ରେନରେ ଫେରୁଛିନ୍ତି ପ୍ରବାସୀ ଶ୍ରମିକ । ଆଜି ତାମିଲନାଡୁ ରାଜ୍ୟର ତିରପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡାରେ ପହଞ୍ଚିଛି ପ୍ରଥମ ସ୍ବତନ୍ତ୍ର ଶୁଭଯାତ୍ରା ଟ୍ରେନ । ଏହି ଟ୍ରେନ ଓଡିଶାର ରାୟଗଡା, ବଲାଙ୍ଗୀର ଦେଇ ବାଲେଶ୍ଵର ଯିବ । ଏହି ଟ୍ରେନରେ ରାୟଗଡା ଷ୍ଟେସନରେ 120 ଜଣ ପ୍ରବାସୀ ଓହ୍ଲାଇଛନ୍ତି ।
ତାମିଲନାଡୁ ରାଜ୍ୟର ତିରୁପୁରରୁ ଶୁଭଯାତ୍ରା ଟ୍ରେନରେ ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କୋରାପୁଟ ଓ କନ୍ଧମାଳ ଜିଲ୍ଲାର 120 ଜଣ ପ୍ରବାସୀ ଓଡ଼ିଆ ପହଞ୍ଚିଛନ୍ତି । ଏହି ଶ୍ରମିକ ମାନେ ରାୟଗଡ଼ରେ ଷ୍ଟେସନରେ ପହଞ୍ଚିଲା ପରେ ସେମାନଙ୍କ ପଞ୍ଜୀକରଣ କରାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହା ପରେ ଶ୍ରମିକ ମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯାଇ ପୋଲିସ ସୁରକ୍ଷା ବଳୟରେ ସ୍ଵତନ୍ତ୍ର ବସ ଯୋଗେ ନିଜ ନିଜ ଜିଲ୍ଲାକୁ ପଠେଇ ଦିଆଯାଇଛି ।
ସେହିଭଳି ଆଜି ଅପରାହ୍ନରେ ପୁଣି ଏକ ସ୍ଵତନ୍ତ୍ର ଟ୍ରେନରେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ କନ୍ଧମାଳ, ନବରଙ୍ଗପୁର,ଗଜପତି, ଗଞ୍ଜାମ ,କୋରାପୁଟ , ମାଲକାନଗିରି ଏବଂ ରାୟଗଡା ଜିଲ୍ଲାର 400 ଶ୍ରମିକଙ୍କୁ ନେଇଆସୁଥିବା ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଏସପି ଶ୍ରବଣ ବିବେକ ସୂଚନା ଦେଇଛିନ୍ତି । ତେବେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଏବଂ ସାଧାରଣ ଲୋକଙ୍କୁ ସଂକ୍ରମଣରୁ ରୋକିବା ପାଇଁ ପ୍ରଶାସନ। ପିତାମହଲଠୁ ଜେକେପୁର, ରେଲୱେ ଷ୍ଟେସନଠୁ ଜେସକୋ କଲୋନୀ, ନୂଆ ବସଷ୍ଟାଣ୍ଡ, ଜିଲ୍ଲାପାଳ ଅଫିସ୍, ବ୍ଲକ୍ ଅଫିସ ଲାଇନ ସହ ରାୟଗଡ଼ା ସହରରେ ୧୪୪ ଧାରାକୁ ସନ୍ଧ୍ୟା 7 ଟା ଯାଏ ବୃଦ୍ଧି କରାଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ