ETV Bharat / state

ରାୟଗଡାର ବିଭିନ୍ନ ଲଜରେ ଚଢାଉ, ୯ କେରଳ ଫେରନ୍ତା ଯୁବକ ଠାବ

ରାୟଗଡାରେ ବିଭିନ୍ନ ଲଜରେ ଚଢାଉ, ୯ କେରଳ ଫେରନ୍ତା ଯୁବକ ଠାବ

author img

By

Published : Mar 18, 2020, 11:53 PM IST

Updated : Mar 19, 2020, 10:26 AM IST

23:45 March 18

ରାୟଗଡାରେ ବିଭିନ୍ନ ଲଜରେ ଚଢାଉ, ୯ କେରଳ ଫେରନ୍ତା ଯୁବକ ଠାବ

ରାୟଗଡାରେ ବିଭିନ୍ନ ଲଜରେ ଚଢାଉ

ରାୟଗଡା: କୋରୋନା ପାଇଁ ଗଠିତ ସ୍ପେଶାଲ ଟିମ୍‌ ବିଭନ୍ନ ଲଜ୍‌ ଉପରେ ଚଢାଉ କରି ରାୟଗଡାରେ ୯ ଜଣ କେରଳ ଫେରନ୍ତା ଯୁବକଙ୍କୁ ଠାବ କରାଯାଇଛି ।  

କୋରୋନା ପାଇଁ ଗଠିତ ସ୍ପେଶାଲ ଟିମ୍‌ ବିଭନ୍ନ ଲଜ ଉପରେ ଚଢାଉ କରିଛନ୍ତି । ଏହି ଟିମ୍ ସହରର କପିଳାସ ଛକରେ ଥିବା ଏସ ଲଜ୍ ଉପରେ ଚଢାଉ କରି ରାୟଗଡା ଜିଲ୍ଲା କାଶିପୁର ବ୍ଲକର ୯ଜଣ କେରଳ ଫେରନ୍ତା ଯୁବକଙ୍କୁ ଠାବ କରିଛି ।  

ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ହୋଇଥିବା କରୋନା ଆକ୍ସନ ଟିମ ସଂପୃକ୍ତ ଲଜ୍ ଉପରେ ଚଢାଉ କରି ୯ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କୁ ସ୍କ୍ରିନିଂ କରାଯାଉଛି । ଉକ୍ତ ୯ ଜଣ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଜାଗାରେ କରାଯାଇଥିବା ଆଇସୋଲେସନ ଘରେ ରଖିବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି ।  

ତେବେ ଅଟକ ଥିବା ୯ ଜଣ ଯୁବକ କେରଳ ରାଜ୍ୟର ବିଭିନ୍ନ ହୋଟେଲରେ ଏବଂ ବେକେରିରେ କାମ କରୁଥିଲେ । ସେହିପରି ଏହି ସ୍ବତନ୍ତ୍ର ଟିମ ବୁଧବାର ରାତି ତମାମ ସହରରେ ଥିବା ବିଭିନ୍ନ ହୋଟଲ ଓ ଲଜକୁ ଯାଇ ତନଖି କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ 

Last Updated : Mar 19, 2020, 10:26 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.