ETV Bharat / state

ଗୃହରେ ଯାତ୍ରା ଅଶ୍ଳୀଳତା ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ, ସେନ୍ସର ବୋର୍ଡ଼ ଗଠନ ପାଇଁ ଦାବି - CENSOR BOARD FOR OPERA

ଶୂନ୍ୟକାଳରେ ଯାତ୍ରା ଅଶ୍ଳୀଳତା ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ବାବୁ ସିଂ । ସେନସର ବୋର୍ଡ ଗଠନ କରିବାକୁ ଉଠିଲା ଦାବି ।

ଗୃହରେ ଉଠିଲା ଯାତ୍ରା ଅଶ୍ଳୀଳତା ପ୍ରସଙ୍ଗ, ସେନ୍ସର ବୋର୍ଡ଼ ଗଠନ ପାଇଁ ଦାବି କଲେ ଶାସକ ଦଳ ବିଧାୟକ
ଗୃହରେ ଉଠିଲା ଯାତ୍ରା ଅଶ୍ଳୀଳତା ପ୍ରସଙ୍ଗ, ସେନ୍ସର ବୋର୍ଡ଼ ଗଠନ ପାଇଁ ଦାବି କଲେ ଶାସକ ଦଳ ବିଧାୟକ (ETV Bharat Odisha)
author img

By ETV Bharat Odisha Team

Published : Dec 2, 2024, 6:25 PM IST

ଭୁବନେଶ୍ବର: ଗୃହରେ ଶୂନ୍ୟକାଳରେ ଉଠିଲା ଯାତ୍ରା ମଞ୍ଚରେ ଅଶ୍ଳୀଳତା ପ୍ରସଙ୍ଗ । ଖୋଦ ଶାସକ ଦଳ ବିଧାୟକ ଉଠାଇଲେ ଏହି ପ୍ରସଙ୍ଗ । ଯାତ୍ରା ମଞ୍ଚରେ ଅଶ୍ଳୀଳତା ପ୍ରଦର୍ଶନ କଳା ସଂସ୍କୃତିକୁ କଳଙ୍କିତ କରୁଛି ବୋଲି କହିଛନ୍ତି, ବିଧାୟକ ବାବୁ ସିଂ । ସେଥିପାଇଁ ଏହାକୁ ରୋକିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବାବୁ ଦାବି କରିଛନ୍ତି । ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ଯେପରି ସେନସର ବୋର୍ଡ ରହିଛି, ଯାତ୍ରା କ୍ଷେତ୍ରରେ ମଧ୍ୟ ସେହିପରି ସେନସର ବୋର୍ଡ ଗଠନ କରିବାକୁ ବାବୁ ଦାବି କରିଛନ୍ତି ।

  • ଯାତ୍ରା ସମାଜର ଦର୍ପଣ, ସଂସ୍କୃତି ବିରୋଧୀ ପ୍ରଦର୍ଶନକୁ ରୋକିବା ଜରୁରୀ:ବାବୁ

ବାବୁ କହିଛନ୍ତି, ଓଡ଼ିଶାର କଳା ସଂସ୍କୃତିକୁ ଯେଉଁଭଳି ଅପଭ୍ରଂଶ କରାଯାଉଛି, ତାର ବାସ୍ତବ ଚିତ୍ର ଯାତ୍ରା ପାର୍ଟିଗୁଡିକର ପଦର୍ଶନରୁ ଜଣାପଡୁଛି । ବାଚସ୍ପତି ଏହି ଅସଙ୍ଗତିକୁ ଦୂର କରିବା ପାଇଁ ଏକ ଏଭଳି ନିଷ୍ପତ୍ତି ନିଅନ୍ତୁ । ଯାହା ମାଇଲଖୁଣ୍ଟ ହୋଇ ରହିବ । ଯାତ୍ରା ହେଉଛି ସମାଜର ଦର୍ପଣ, ଆମେ ଯାତ୍ରା ଦେଖୁ ତାର ପରବର୍ତ୍ତୀ ଅବସ୍ଥାରେ ଆମ ଭିତରେ ପ୍ରତିଫଳନ ହୁଏ । ଆମ ସଂସ୍କୃତିକୁ ନଷ୍ଟ କରିବାକୁ ଯିଏ ଚାହେଁ, ତାକୁ ଆମେ ବିରୋଧ କରିବୁ । ଲୋକଙ୍କୁ ମନୋରଞ୍ଜନ କରିବା ଆଳରେ ନଗ୍ନ ନୃତ୍ୟ ସଂସ୍କୃତି ବିରୋଧୀ । ଏହା ବନ୍ଦ ହେବା ଦରକାର । ସେଥିପାଇଁ ଗୃହର ଦୃଷ୍ଟି ଆକର୍ଷଣ କରିଛୁ । ଯାତ୍ରା ମାଲିକମାନଙ୍କ ପାଇଁ ସରକାର ସେନ୍ସର ବୋର୍ଡ଼ର ବ୍ୟବସ୍ଥା କରନ୍ତୁ ।’’

ଏହା ମଧ୍ୟ ପଢନ୍ତୁ:- ବାର୍ ପରେ ଯାତ୍ରା: ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନା, ଖୁବ ଶୀଘ୍ର ଆସୁଛି ଗାଇଡଲାଇନ୍

ପୂର୍ବରୁ ମଧ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରସଙ୍ଗରେ ଏକ ଗାଇଡଲାଇନ ଆସିବା ନେଇ ସଙ୍କେତ ଦେଇସାରିଛନ୍ତି । ମଞ୍ଚରେ କେବେ ହେଲେ ଅଶ୍ଳୀଳତା କିମ୍ବା ନଗ୍ନତା ଗ୍ରହଣୀୟ ନୁହେଁ । ଖୁବଶୀଘ୍ର ଆସିବାକୁ ଯାଉଛି ଏହା ସମ୍ପର୍କିତ ଏକ ଗାଇଡଲାଇନ୍‌ । ସରକାର ଏହି ପ୍ରସଙ୍ଗରେ ଚିନ୍ତା କରୁଛନ୍ତି ଓ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଆଣିବାକୁ ଯାଉଛନ୍ତି । ଏହି ନିର୍ଦ୍ଦେଶାବଳୀ ଅନୁସାରେ ହିଁ ଯାତ୍ରା କମିଟିମାନେ ଆୟୋଜନ କରିବେ ବୋଲି ଗତ କିଛି ମାସ ତଳେ ଭାଷା-ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ।

  • ଅଶ୍ଳୀଳତା ପାଇଁ ମୁହଁ ଫେରାଇଲେଣି ମଞ୍ଚ କଳାପ୍ରେମୀ !

ଯାତ୍ରା ରାଜ୍ୟର ଗ୍ରାମାଞ୍ଚଳର ଏକ ପୁରାତନ ମନୋରଞ୍ଜନର ଲୋକପ୍ରିୟ ମାଧ୍ୟମ । ମାତ୍ର ଅଶ୍ଳୀଳ ପ୍ରଦର୍ଶନ କାରଣରୁ ବର୍ତ୍ତମାନ ସ୍ଥିତିରେ ସପରିବାର ଯାତ୍ରା ଦେଖିବା ସମ୍ଭବ ହେଉନାହିଁ । ବରିଷ୍ଠ ମଞ୍ଚ କଳାପ୍ରେମୀ ଦର୍ଶକ ବର୍ଗ ମଧ୍ୟ ଏହି କାରଣରୁ ଯାତ୍ରା ଦେଖିବା ବନ୍ଦ କରିସାରିଲେଣି । ଏବେ ସରକାର କେଉଁ ପ୍ରକାରର ନିର୍ଦ୍ଦାଶାବଳୀ ଆଣୁଛନ୍ତି ଓ ଫଳରେ ଅଶ୍ଳୀଳତାରେ କେତେ ରୋକ ଲାଗିବ, ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.