ରାୟଗଡା: ସହରର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦିବାସୀ ଯୁବସମାଜ ଓ ୟୌଙ୍ଗ ଓଡିଶା ରାୟଗଡା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଆଜି ଦାବିପତ୍ର ପ୍ରଦାନ କରିଛନ୍ତି l ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ଅମ୍ଲାଭୋଟା ସ୍ଥିତ ବସ୍ତି ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି ନେଇ ଆଜି ଜିଲ୍ଲାପାଳ ଏବଂ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗୁହାରି କରିଛନ୍ତି ବସ୍ତିବାସିନ୍ଦା ।
ରାୟଗଡା ତହସିଲଦାର ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଏହି ବସ୍ତି ଉଛେଦ ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲା । ସୋମବାର ଆଦିବାସୀ ଯୁବସମାଜ ସଭାପତି ପ୍ରତାପ ପୁଆଲାଙ୍କ ନେତୃତ୍ବରେ ୪୧ ପରିବାର ରାଜ ରାସ୍ତା ଉପରେ ଜୀବନଯାପନ କରିବାକୁ ବାଧ୍ୟ ହେଲା ଭଳି ପରିସ୍ଥିତି ନ ଉପୁଜୁ ଓ ସେହି ବସ୍ତିକୁ ସେଠାରେ ସ୍ଥାୟୀ କରାଯିବା ସହ ବସ୍ତି ବାସିନ୍ଦାଙ୍କୁ ସ୍ଥାଇ ଜମି ପଟା ପ୍ରଦାନ କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷେ ୟଙ୍ଗ ଓଡିଶା ସଂଗଠନ ପକ୍ଷରୁ ମଧ୍ୟ ରାଜ୍ୟ ୫ଟି ସଚିବଙ୍କୁ ଓଡ଼ିଶା ପ୍ରିଭେନସୋନ ଅଫ ଲାଣ୍ଡ ଏନଙ୍କରଚମେଣ୍ଟ ଧାରା ୭ ଓ ଧାରା ୮ ଏ ଅନୁଯାଇ ବସ୍ତି ବାସିନ୍ଦାଙ୍କୁ ଜମି ପ୍ରଦାନ କରାଯିବା ସହ ୪୧ ପରିବାରକୁ ଥଇଥାନ କରାଯାଉ ବୋଲି ରାୟଗଡା ଜିଲ୍ଲା ପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି । ସେପଟେ ଉଛେଦ ହେବାକୁ ଥିବା ବସ୍ତିର ୪୧ ପରିବାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ବସ୍ତି ବାସିନ୍ଦାଙ୍କ ସୁବିଧା ଅସୁବିଧା ନେଇ ଆଲୋଚନା କରିଛନ୍ତି । ସେମାନଙ୍କୁ ସ୍ଥାୟୀ ବସତି ସ୍ଥାପନରେ ସହଯୋଗ କରିବାକୁ ବସ୍ତି ବାସିନ୍ଦା ମନ୍ତ୍ରୀ ସରକାଙ୍କୁ ଅନୁରୋଧ କରିଛନ୍ତି l
ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ