ରାୟଗଡା: ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ ଅମ୍ବାଦୋଳା ଆଶ୍ରୟସ୍ଥଳୀରୁ 16 ଅନ୍ତେବାସୀ ଚମ୍ପଟ ମାରିଛନ୍ତି । ଚମ୍ପଟ ମାରିଥିବା ଅନ୍ତେବାସୀଙ୍କ ଘର ନବରଙ୍ଗପୁର ଜିଲ୍ଲରେ ବୋଲି ଜଣାପଡିଛି । କ୍ଲଷ୍ଟର ଦାୟିତ୍ବରେ ଥିବା ଶିକ୍ଷକ ଏ ନେଇ ଅମ୍ବାଦୋଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ କେରେଡ଼ା ଆଶ୍ରୟସ୍ଥଳୀରୁ ବୁଧବାର ବିଳମ୍ବିତ ରାତିରେ ୧୯ ଅନ୍ତଃରାଜ୍ୟ ଅନ୍ତେବାସୀ ଚମ୍ପଟ ମାରିଥିଲେ ।
ଗତ ମାର୍ଚ୍ଚ ୩୦ ତାରିଖରେ ଏହି ଚମ୍ପଟ ମାରିଥିବା ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇ କ୍ବାରେଣ୍ଟାଇନରେ ରଖିଥିଲା । ୧୪ ଦିନ କ୍ବାରେଣ୍ଟାଇନ ଶେଷ ହେବା ପରେ ଶ୍ରମିକଙ୍କୁ ଅମ୍ବାଦୋଳା ହାଇସ୍କୁଲ୍ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ଶ୍ରମିକମାନେ ବିଳମ୍ବିତ ରାତିରେ ଆଶ୍ରୟସ୍ଥଳୀର କବାଟ ଝରକା ତାଡ଼ି ଫେରାର ହୋଇ ଯାଇଛନ୍ତି ।
ଖବରପାଇ ଅମ୍ବାଦୋଲା ପୋଲିସ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଂଧ୍ୟା ସୁଦ୍ଧା ଫେରାର ଅନ୍ତେବାସୀଙ୍କ କୌଣସି ଖୋଜ ମିଳି ନଥିବା ବେଳେ ଏନେଇ ରାୟଗଡ଼ ଏସପି ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଥିବା କହିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ