ETV Bharat / state

ରଜ ପାଳନ ସମୟରେ ବଜ୍ରପାତ: ୬ ଯୁବତୀ ଆହତ

author img

By

Published : Jun 15, 2022, 9:06 PM IST

ରଜପାଳନ ସମୟରେ ବଜ୍ରପାତ ଘଟି ୬ ଯୁବତୀ ଆହତ, ଆହତଙ୍କୁ ବିଷମକଟକ ଡାକ୍ତରଖାନାରେ ଭର୍ତ୍ତି l ଅଧିକ ପଢନ୍ତୁ

ରଜ ପାଳନ ସମୟରେ ପଡ଼ିଲା ବଜ୍ରପାତ : ୬ ଯୁବତୀ ଆହତ

ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକରେ ରଜରେ ଘଟିଛି ଅଘଟଣ । ଆଦିବାସୀ ଯୁବତୀମାନେ ରଜପାଳନ ସମୟରେ ୬ ଜଣ ଯୁବତୀଙ୍କ ଉପରେ ପଡିଲା ବଜ୍ରପାତ l ଏପରି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡି ପଞ୍ଚାୟତର ଉର୍ଲାଯୋଡି ଗାଁରେ l ସେହି ଗ୍ରାମର ସୁକାନ୍ତି କୂଟରୁକା (୨୪), ଲାକ ହିକକା(୨୨), ଅମ୍ବିକା କୂଟରୁକା(୨୨), ଦମ୍ବାଇ କୂଟରୁକା(୨୫), ସୁନି କୂଟରୁକା(୨୨), ସାନି କୂଟରୁକା(୨୦) ଗାଁ ପାଖରେ ଥିବା ଏକ ଆମ୍ବତୋଟାରେ ଗ୍ରାମର ସମସ୍ତେ ଯୁବତୀମାନଙ୍କ ସହିତ ରଜ ଦୋଳି ଝୁଲୁଥିଲେ ।

ରଜ ମଉଜ କରିବା ସମୟରେ ହଠାତ୍ କାଳବୈଶାଖୀର ପବନବର୍ଷା ସହ ଘଡଘଡି ହେବା ଯୋଗୁଁ ୬ ଜଣ ଯୁବତୀ ବଜ୍ରପାତର ଶିକାର ହୋଇଛନ୍ତି । ଏ ଘଟଣା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ୨ ଗୋଟି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଗୁରୁତରଙ୍କ ମଧ୍ୟରୁ ଆମ୍ବିକା କୂଟରୁକା ଓ ଦମ୍ବେଇ କୂଟରୁକାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଘଟଣା ସ୍ଥଳରେ ବିଷମ କଟକ ତହସିଲଦାର ଶୁଭେନ୍ଦୁ କୁମାର ଜେନା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.