ETV Bharat / state

ସହଜ ହେଲା ଜଗା ଦର୍ଶନ, ରାୟଗଡ଼ାରୁ ଗଡିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌

Shree Jagannath Express Bus: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ । ପୁରୀକୁ ସିଧାସଳଖ ଗମନାଗମନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 18, 2024, 10:01 PM IST

ସହଜ ହେଲା ଜଗା ଦର୍ଶନ , ରାୟଗଡ଼ାରୁ ଗଡିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା

ରାୟଗଡା: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଗୁଡିକ ବିଭିନ୍ନ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ବର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ । 5-T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍‌ସେବା ଯୋଜନା ଅଧୀନରେ ଏହି ବସ୍‌ ସେବା ଆରମ୍ଭ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ଏହି ଯୋଜନାରେ ଚଳାଚଳ କରିବ । ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା- ବଲାଙ୍ଗୀର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ।

ରାଜ୍ୟବାସୀଙ୍କୁ ପୁରୀ ଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ସେବା ଆରମ୍ଭ ହୋଇଛି । ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତକାଲି ଲୋକାର୍ପଣ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ମନ୍ଦିରର ଆହୁରି ଶୋଭା ବର୍ଦ୍ଧନ ହେବା ସହିତା ପରିବେଶକୁ ଆହୁରି ଭକ୍ତିମୟ କରିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆପଣମାନଙ୍କ ପାଇଁ ଆରାମଦାୟକ ବସ୍‌ ସେବା ଆରମ୍ଭ ହେଲା । ଆପଣମାନେ ସୁବିଧାରେ ପୁରୀ ଆସି ମହାପ୍ରଭୁଙ୍କ କୃପା ଲାଭ କରିବେ ବୋଲି ମୋର ବିଶ୍ୱାସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀକ୍ଷେତ୍ରକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ ବସ୍, ମହିଳାଙ୍କ ପାଇଁ ୫୦% ରିହାତି

ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୨ଜିଲ୍ଲା ମଧ୍ୟରେ ରାୟଗଡା ଜିଲ୍ଲା ସାମିଲ ହୋଇଥିବାରୁ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାରୁ ପୁରୀ ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବାର ଭର୍ଚୁଆଲ୍ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶିବ ଶଙ୍କର ଚୈାଧୁରୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

ରାୟଗଡା ଠାରୁ ପୁରୀ ଦୀର୍ଘ ୪୪୮କିଲୋମିଟର ଦୂରତା ଅତିକ୍ରମ କରିବାକୁ ଥିବା ଏହି ଶୀତ ତାପ ନିୟନ୍ତ୍ରିତ ସୁବ୍ୟବସ୍ଥିତ ବସଟିରେ ୫୧ଜଣଙ୍କ ନିମନ୍ତେ ସିଟ୍ ବ୍ୟବସ୍ଥା ରହିଛି । ଏଥିରେ ଯିବାକୁ ହେଲେ ଅନଲାଇନ୍‌ରେ ଟିକେଟ୍ କରିବାକୁ ପଡିବ । ଅନଲାଇନ ଟିକେଟର ମୂଲ୍ୟ ୧୦୭୫ ଟଙ୍କା ରହିଥିବା ଜଣାପଡିଛି । ରାୟଗଡା ବସଷ୍ଟାଣ୍ଡରୁ ନିୟମିତ ଭାବେ ରାତ୍ର ୭. ୪୫ମିନିଟ୍ ସମୟରେ ଛାଡି ମୋହନା, ଦିଗପହଣ୍ଡି, ବ୍ରହ୍ମପୁର, ଛତ୍ରପୁର, ଖୋର୍ଦ୍ଧା, ଭୁବନେଶ୍ୱର, ମାଲତିପାଟପୁର ଦେଇ ପୁରୀ ଠାରେ ପ୍ରାତଃ ୫.୪୦ମିନିଟ ସମୟରେ ପହଞ୍ଚିବ । ପୁଣି ପୁରୀରୁ ରାତ୍ର ୮ଟା ସମୟରୁ ବାହାରି ଉପରୋକ୍ତ ରୁଟ୍ ଦେଇ ତା’ପର ଦିନ ସକାଳ ୬ଟା ସମୟରେ ରାୟଗଡାରେ ପହଞ୍ଚିବ ବୋଲି ଜଣାପଡିଛି । ରାୟଗଡାରୁ ପୁରୀ ଯିବା ପାଇଁ ସିଧାସଳଖ କୈାଣସି ବସ ସେବା ନ ଥିବା ବେଳେ ଜଗନ୍ନାଥ ଏକ୍ସପ୍ରେସରେ ଜଣେ ଲୋକ ନିଜ ପରିବାର ସହ ସୁରକ୍ଷିତ ଭାବେ ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ ସାରି ପୁଣି ବସରେ ଫେରିବାର ସୁଯୋଗ ପାଇପାରିବାର ସୁବିଧା ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.