ETV Bharat / state

Under construction Culvert collapsed: ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - ରାୟଗଡାରେ ଅଭାବନୀୟ ଘଟଣା

ରାୟଗଡାରେ ଅଭାବନୀୟ ଘଟଣା । ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଏନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

under construction culvert collapses in Rayagada

author img

By

Published : Jul 31, 2023, 11:28 AM IST

Updated : Jul 31, 2023, 3:58 PM IST

under construction culvert collapses in Rayagada
under construction culvert collapses in Rayagada

ରାୟଗଡା: ରାୟଗଡାରେ ବଡ ଅଘଟଣ । ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି । କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ତଳେ ଗାଧୋଉ ଥିବା ସମୟରେ ଭୁଶୁଡ଼ି ପଡ଼ିଛି କଲଭର୍ଟ । ଫଳରେ ୫ ଜଣ ପ୍ରାଣ ହରାଇଥିବା ବେଳେ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ଜଣେ ପୁରୁଷ ରହିଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ରହିଛନ୍ତି । ୫ ମୃତକ ହେଲେ ଲକ୍ଷ୍ମୀଧର ମିଣିଆକା (୩୫), ତାଙ୍କ ପୁଅ ପ୍ରିନ୍ସ ମିଣିଆକା, ମୋନଜ କୁଲିସିରା (୭), ଚୁମାନ ମିଣିଆକା (୫), ତାର ମିଣିଆକା (୯) । ଏହା ସହିତ ଅନ୍ୟଜଣେ ଅନ୍ୱେଷ ମିଣିଆକା (୫)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଭଳି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ଆଜି(ସୋମବାର) ସକାଳ ସମୟରେ କଲ୍ୟାଣସିଂହପୁର ଉପରସାଜା ନିକଟରେ ଥିବା ନିର୍ମାଣଧିନ କଲଭର୍ଟ ତଳେ କିଛି ଲୋକ ଗାଧୋଉଥିଲେ । ହଠାତ୍‌ କେହି କିଛି ଜାଣିବା ଆଗରୁ କଲଭର୍ଟ ସେଣ୍ଟ୍ରିଂ ଭୁଶୁଡି ପଡିଥିଲା । ଫଳରେ ତଳେ ଗାଧୋଉଥିବା ଲୋକେ ଚାପି ହୋଇଯାଇଥିଲେ । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ପାଞ୍ଚ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ଅନ୍ୟପଟେ ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରାୟଗଡା ଏସ୍‌ପି ଓ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ମୃତ ଶିଶୁଙ୍କ ମଧ୍ୟରେ ଦୁଇ ଭାଇ ରହିଛନ୍ତି । ସେପଟେ ସ୍ୱାମୀ ଲକ୍ଷ୍ମୀଧର ଓ ପୁଅ ପ୍ରିନ୍ସଙ୍କ ମୃତ୍ୟୁ ଖବରକୁ ପାଇ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏଭଳି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ଅନୁକମ୍ପାମୂଳକ ସହାୟତା ରାଶି ୪ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା ହୋଇଛି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଲଗାଣ ବର୍ଷାରେ ଭୁଶୁଡିଲା ପୋଲ, ଯାତାୟତ ବାଧାପ୍ରାପ୍ତ

ଘଟଣା ସମ୍ପର୍କରେ ରାୟଗଡା ଏସ୍‌ପି କହିଛନ୍ତି, "ଆଜି(ସୋମବାର) ସକାଳ ୮ଟାରୁ ୯ଟା ମଧ୍ୟରେ ନିର୍ମାଣାଧୀନ କଲଭର୍ଟ ନିକଟରେ ଏମାନେ ଗାଧୋଉଥିଲେ । କଲଭର୍ଟର ସେଣ୍ଟ୍ରିଂ ଭୁଶୁଡିବାରୁ ୫ ଜଣ ପ୍ରାଣ ହରାଇଛନ୍ତି । ଜଣେ ଶିଶୁ ଆହତ ହୋଇଛନ୍ତି । ଏହି ଘଟଣା ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ । ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଜଣେ ମହିଳାଙ୍କ ଦୁଇ ଶିଶୁ ଏହି ଅଘଟଣରେ ପ୍ରାଣ ହରାଇବା ପରେ ଦୁଃଖରେ ମ୍ରିୟମାଣ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।"

ଏନେଇ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, "ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ମୃତକଙ୍କୁ ସହାୟତା ପ୍ରଦାନ ପାଇଁ ଆମେ ବ୍ୟବସ୍ଥା କରିବୁ । ପୋଲଟି ନିର୍ମାଣ ହୋଇନଥିଲା । ସେଣ୍ଟ୍ରିଂ ଖସି ପଡିବାରୁ ଏପରି ଅଘଟଣ ଘଟିଛି । ଗୋଚିଏ ପରିବାରର ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରରେ ଭୁଶୁଡିଲା 50 ବର୍ଷର ପୁରୁଣା ପୋଲ, ଆଶା ଆଶଙ୍କାରେ ନୂତନ ନିର୍ମାଣ

ଇଟିଭି ଭାରତ, ରାୟଗଡା

Last Updated : Jul 31, 2023, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.