ETV Bharat / state

ପ୍ରେମ ପାଇଁ ସଇତାନ ସାଜିଲା ସାଙ୍ଗ, ଟିଟିଲାଗଡରେ ପ୍ରେମ କଲ୍ୟାଣସିଂହପୁରରେ ହତ୍ୟା - ମୋବାଇଲ ଟ୍ରାକିଂ

ପ୍ରେମ ପାଇଁ ଶେଷରେ ସାଙ୍ଗର ଜୀବନ ନେବାକୁ ପଛାଇଲାନି ସାଙ୍ଗ । ଘଟଣାସ୍ଥଳରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ପ୍ରେମ ପାଇଁ ସଇତାନ ସାଜିଲା ସାଙ୍ଗ, ଟିଟିଲାଗଡ ରେ ପ୍ରେମ କଲ୍ୟାଣସିଂହପୁରରେ ହତ୍ୟା

author img

By

Published : May 31, 2021, 10:40 PM IST

ରାୟଗଡା: ପ୍ରେମ ଆଗରେ ତୁଚ୍ଛ ହୋଇଗଲା ସାଙ୍ଗ । ପ୍ରେମିକାକୁ ନିଜର କରିବା ପାଇଁ ସାଙ୍ଗ ନେଇଛି ସାଙ୍ଗର ଜୀବନ । ମଦ ପିଆଇ ବେହୋସ କରିବା ପରେ ତଣ୍ଟି ଚିପି ହତ୍ୟା କରି ନଦୀ ବାଲିରେ ପୋତି ଦେବା ଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ାରେ ।

ପ୍ରେମ ପାଇଁ ସଇତାନ ସାଜିଲା ସାଙ୍ଗ, ଟିଟିଲାଗଡ ରେ ପ୍ରେମ କଲ୍ୟାଣସିଂହପୁରରେ ହତ୍ୟା

ହତ୍ୟାର ଶିକାର ହୋଇଥିବା ଯୁବକ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର। ନିଖୋଜ ମାମଲା ଆଧାରରେ ଟିଟିଲାଗଡ଼ ପୁଲିସ୍ ହତ୍ୟା ଘଟଣା ଉପରୁ ପରଦା ଉଠାଇବା ସହ ହତ୍ୟାକାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ରାୟଗଡ଼ାରୁ ଉଠାଇଛି ପୁଲିସ୍ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଗାଁର ମୃତ ଉମାକାନ୍ତ ସେହି ଗାଁର ଜଣେ ଯୁବତୀକୁ ପ୍ରେମ କରୁଥିଲେ । ଉମାକାନ୍ତଙ୍କ ସାଙ୍ଗ ରୁମାନ ବଗର୍ତ୍ତୀ ମଧ୍ୟ ଉମାକାନ୍ତଙ୍କ ପ୍ରେମିକାକୁ ଏକତରଫା ଭଲପାଇ ବସିଲେ । କିନ୍ତୁ ଉମାକାନ୍ତ ପ୍ରେମ ଅତି ନିବିଡ଼କୁ ଦେଖି ସହି ପାରୁ ନଥିଲା ରୂମାନ । ଏଣୁ ଉମାକାନ୍ତକୁ ଶେଷ କରି ନିଜ ପ୍ରେମକୁ ସୁଦୃଢ କରିବାକ ଚାହୁଁ ଥିଲା ଅଭିଯୁକ୍ତ ।

ଏଣୁ ରୁମାନ ଉମାକାନ୍ତକୁ ହତ୍ୟା କରିବା ପାଇଁ ଏକ ଯୋଜନା କରିଥିଲା । ରାୟଗଡ଼ା ଜିଲ୍ଲା ଥେରୁବାଲି ଗାଁରେ ରୁମାନର ସମ୍ପର୍କୀୟ ରହୁଛନ୍ତି ଏଣୁ ତାଙ୍କରି ଘରକୁ ବୁଲିଯିବା କହି ଉମାକାନ୍ତଙ୍କୁ ଗତ ୩ ତାରିଖରେ ରାୟଗଡ଼ା ଆଣିଥିଲା ସେ । ତା ପରଦିନ ଅର୍ଥାତ୍ ୪ ତାରିଖ ରାତିରେ ଦୁଇ ଜଣ ସମ୍ପର୍କୀୟଙ୍କ ସହିତ ଯୋଜନାବଦ୍ଧ ଭାବେ ପାଙ୍ଗେଲୁ ନିକଟ ଆଡ଼ିବନ୍ଧ ନିକଟରେ ଭୋଜି କରିଥିଲେ ।

ମଧ୍ୟାାହ୍ନ ଭୋଜନ ପୂର୍ବରୁ ପୂର୍ବରୁ ସଭିଁଏ ମଦ୍ୟ ପାନ କରିଥିଲେ । କିଛି ସମୟ ମଧ୍ୟରେ ଦୁଇ ବନ୍ଧୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ହତ୍ୟାକାଣ୍ଡ ରଚିଥିବା ବନ୍ଧୁ ଉତ୍ତ୍ୟକ୍ତ ହୋଇ ନିଜ ବନ୍ଧୁକୁ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ନଦୀବାଲିରେ ମୃତଦେହକୁ ପୋତି ଦେଇ ଚାଲି ଯାଇଥିଲେ । ହତ୍ୟାର ଶିକାର ଯୁବକ ନିଜ ଘରକୁ ନ ଫେରିବା ପରେ ପରିବାର ଲୋକ ମେ ୧୧ ତାରିଖରେ ଏ ନେଇ ଟିଟିଲାଗଡ଼ ଥାନାରେ ନିଖୋଜ ଏତଲା ଦେଇଥିଲେ ।

ପୁଲିସ୍ ମୃତ ଯୁବକଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରିବା ପରେ ଶେଷ ଲୋକେସନ୍ ରାୟଗଡ଼ା ଜିଲ୍ଲାର ଥେରୁବାଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା । ପୁଲିସ୍ ମୋବାଇଲ ଟ୍ରାକିଂ ଆଧାରରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଟିଟିଲାଗଡ଼ରୁ ଉଠାଇବା ପରେ ଥେରୁବାଲି ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତକୁ ଉଠାଇଛି । ଆଜି ଅଭିଯୁକ୍ତ ରୁମାନ ବଗର୍ତ୍ତୀକୁ ଘଟଣାସ୍ଥଳକୁ ନେଇ ହତ୍ୟା ପରେ ପୋତା ଯାଇଥିବା ଉମାକାନ୍ତଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । କଲ୍ୟାଣସିଂହପୁର ଥାନା ପୁଲିସର ଏକ ଟିମ୍ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.